ମାଲକାନଗିରି,୩୦/୦୧(ପିପିଟି): ମାଲକାନଗିରି ଜିଲ୍ଲା ବିଜେଡି ଦୁଇ ଜଣ କର୍ମୀଙ୍କ ଅକାଳ ବିୟୋଗ ଘଟିବା ଫଳରେ ଶୋକର ଛାୟା ସୃଷ୍ଟି ହୋଇଛି । ବିବରଣୀରୁ ପ୍ରକାଶ ଯେ,ମାଲକାନଗିରି ଜିଲ୍ଲା ତଣ୍ଡିକି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁକାନ୍ତି ମାଡକାମୀ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି । ସେ ବିଜୁ ଜନତା ଦଳର ଜଣେ ବରିଷ୍ଠ କର୍ମୀ ଥିଲେ । ଏହି ପଞ୍ଚାୟତର ବିକାଶରେ ତାଙ୍କର ଭୂମିକା ଅବିସ୍ମରଣୀୟ । ସେ ଗରିବ ଅବହେଳିତ ଜନତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ଅକାଳ ବିୟୋଗରେ ଏ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏହା ବ୍ଯତୀତ ତାଙ୍କର ଦେହାନ୍ତରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳରେ ମଧ୍ଯ ଗଭୀର ଶୋକର ଛାୟା ଦେଖା ଦେଇଛି । ସେହିପରି ଧାଙ୍ଗଡାବଟା ଗ୍ରାମରେ ଥିବା ବିଜୁ ଜନତା ଦଳର ବରିଷ୍ଠ କର୍ମୀ ମୁକା କବାସୀଙ୍କ ମଧ୍ୟ ଆଜି ଦେହାନ୍ତ ହୋଇଥିବା ବେଳେ ଦଳୀୟ କର୍ମୀଙ୍କ ପକ୍ଷରୁ ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣା ଯାଇଛି ।
ଏହି ଖବର ପାଇ ମାଲକାନଗିରି ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ , ଶିଖପାଲ୍ଲୀ ଜିଲ୍ଲା ପରିଷଦ ପ୍ରାର୍ଥି ମୁକା ମାଡକାମୀ, ଚାଲାଣଗୁଡା ସରପଞ୍ଚ ପ୍ରାର୍ଥି ଅରକ୍ଷିତ ନାୟକ, ଚାଲାଣଗୁଡା ଜୋନ ସଂଯୋଜକ ପ୍ରଫୁଲ୍ଲ ପଣ୍ଡା, ଜୋନ ଉପ ସଭାପତି ଗାନ୍ଧି ପଣ୍ଡା, ଜୋନ ସମ୍ପାଦକ ଭଗବାନ ସାହୁ, ଜୋନ ପର୍ଯ୍ୟବେକ୍ଷକ ଅଖିଳ ମଣ୍ଡଳ,ମାଟାପାକା ପଞ୍ଚାୟତ ସଚେତକ ମନୋଜ କବାସୀ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ସେମାନାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)