ବିଜେଡିର ଜିଲ୍ଲା ସାଙ୍ଗଠନିକ ଉପ ସଭାପତି ରୂପେ ଡ଼ି ବିଶ୍ୱନାଥ ଓ ସାଧାରଣ ସମ୍ପାଦକ ଭାବେ ପବିତ୍ର ମୋହନ ମନୋନୀତ ।

0 317

ହିଞ୍ଜିଳିକାଟୁ,୦୮/୦୮(ପିପିଟି); ଆଗକୁ ଆସୁଛି ତ୍ରିସ୍ତରୀୟ ନିର୍ବାଚନ । ଅନ୍ୟାନ୍ୟ ଦଳପରି କ୍ରମାନ୍ଵୟ ରେ ଶାସକ ଦଳ ନିଜର ସାଙ୍ଗଠନିକ ସୁଦୃଢ ପାଇଁ ଜିଲ୍ଲା ଓ ଆଞ୍ଚଳିକ ସାଙ୍ଗଠନିକ ବ୍ୟକ୍ତି ଚୟନ କରିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଉପ ସଭାପତି ରୂପେ ହିଞ୍ଜିଳିକାଟୁ ବ୍ଳକ ଭାବନ୍ଧ ପଞ୍ଚାୟତର ବରିଷ୍ଠ ବିଜେଡି ନେତା ଡି.ବିଶ୍ୱନାଥ ଓ ଜିଲ୍ଲା ସାଧାରଣ ସମ୍ପାଦକ ରୂପେ ହିଞିଳି ପୋୖରାଞ୍ଚଳରୁ ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହିଙ୍କୁ ଚୟନ କରିଛନ୍ତି । ସେହିପରି ଜିଲ୍ଲା କାର୍ଯ୍ୟକାରିଣୀ କର୍ମକର୍ତ୍ତା ଭାବେ ସସ୍ମିତା ପଟ୍ଟନାୟକ ଓ ଏ .ସୁଦର୍ଶନଙ୍କୁ ସଦସ୍ୟା ଓ ସଦସ୍ୟ ରୂପେ ମନୋନୀତ କରାଯାଇଛି । ଜିଲ୍ଲାରେ ଚୟନ ହୋଇଥିବା ଏହି ବ୍ୟକ୍ତିବିଶେଷଙ୍କୁ ଅଞ୍ଚଳର ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା ସୁଅ ଛୁଟୁଛି । ଦଳ ତରଫରୁ ଦିଆଯାଇଥିବା ସାଙ୍ଗଠନିକ ଦାୟିତ୍ୱକୁ ଉପଯୁକ୍ତ ଭାବେ ସଂପାଦନ କରିବେ ବୋଲି ଏହି ସଦସ୍ୟ ମାନେ କହିବା ସହ ସାଙ୍ଗଠନିକ ଦାୟିତ୍ୱ ପାଇଁ ଦଳ ମୁଖ୍ୟ ଚୟନ କରିଥିବାରୁ ମୁଖ୍ୟମନ୍ତ୍ରୀ ତଥା ହିଞିଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
(ରିପୋର୍ଟ– ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.