ପଦ୍ମପୁର,୩୧/୦୭(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧିନସ୍ଥ ସରେଇକେଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ୭ ଦିନ ମଧ୍ୟରେ ତାଲା ଝୁଲାଇବାକୁ ଚେତାବନୀ ଦିଆଯାଇଛି । ଗତ୨୦୧୮-୧୯ ରେ ସରେଇକେଲା ଗ୍ରାମ ନିବାସୀ ମୀରା ବେହେରା ସ୍ୱାମୀ ଦ୍ରୋଣ ବେହେରା ବିଜୁ ପକ୍କା ଘର ଟିଏ ପାଇଥିଲେ । ଯାହାକି ସଂପୂର୍ଣ୍ଣ ହୋଇ ସାରିଛି । ନିର୍ମାଣ ବାବଦରେ ଟ ୫୦,୦୦୦ଙ୍କା(ପଚାଶ ହଜାର)ମାତ୍ର ପାଇ ସାରିଛନ୍ତିା ବାକିତକ ୭୦,୦୦୦ଟଙ୍କା ମାତ୍ର ଅଦ୍ୟାବଧି ହିତାଧିକାରୀ ମୀରା ପାଇ ପାରିନାହାନ୍ତି । ବକେୟା ଟଙ୍କା ପାଇଁ ବାରମ୍ବାର ପାଇକମାଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସରେଇକେଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ହାରିଗୁହାରୀ କଲେ ମଧ୍ୟ କେହି ହିତାଧିକାରୀ ମୀରାଙ୍କ କଥା ବିଚାରକୁ ନେଉ ନାହାନ୍ତି । ଓଲଟା ଫାଇନାଲ ବିଲ୍ ପାଇଁ ଉତ୍କାଚ ଆଶାରେ ବିଲ୍ ଟି ଅଟକି ରହିଛି ବୋଲି ହିତାଧିକାରୀ ଲିଖିତ ଭାବେ ବରଗଡ ଜିଲ୍ଲାପାଳଙ୍କୁ ଲେଖି ଜଣାଇଛନ୍ତି । ତତ୍ ସଂଗେସଂଗେ ଯଦି ୭ ଦିନ ମଧ୍ୟରେ ବାକିଆ ୭୦ହଜାର ଟଙ୍କା ନ ମିଳେ ତେବେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଦେବାକୁ ଜିଲ୍ଲାପାଳ ସମେତ ପଦ୍ମପୁର ଉପଜିଲ୍ଲାପାଳ,ବରଗଡ ଜିଲ୍ଲା ପ୍ରୋଜେକ୍ଟ ଡାଇରେକ୍ଟର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲ ଓ ଜଗଦଲପୁର ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଚେତାବନୀ ଦେଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।