ବିଏସଏଫ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ।

0 220

ମାଲକାନଗିରି,୩୧/୧୦(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଈନ୍ ମେମୋରିଆଲ ଡିଗ୍ରୀ ମହାବିଦ୍ୟାଳୟ ବିଏସଏଫ ୧୫୧ ବାଟାଲିୟନ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଏସଏଫ ୧୫୧ ବାଟାଲିୟନର କମାଣ୍ଡର ନିରଜ କୁମାର ଶର୍ମା,ସବ୍ ଇନ୍ସପେକ୍ଟର ବିପିନ୍ କୁମାର, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସତାପା,ହେଡ କନଷ୍ଟେବଳ ଏମ୍.ବାଲକ୍ରିଷ୍ଣା, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ,ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ୍ ଅଫିସର ସଞ୍ଜିତା ଖୋସଲା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ମହାବିଦ୍ୟାଳୟରୁ ଜାତୀୟ ପତାକା ଧରି ଦଉଡି ଡଉଡି ବିଏସଏଫକ୍ୟାମ୍ପ୍ ନିକଟରେ ପହଞ୍ଛି ଥିଲେ ,ସେଠାରେ ରାଷ୍ଟ୍ରୀୟ ଏକତା ଦିବସ ସମ୍ପର୍କରେ ବିଏସଏଫ କମାଣ୍ଡର ଶର୍ମା ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ମହତ୍ଵ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ବିରଳ ପ୍ରତିଭାର ଧନୀ ସର୍ଦ୍ଦାର କିପରି ୫୬୫ ଗଡ଼ଜାତ ରାଜ୍ୟ ମାନଙ୍କୁ ଏକତାର ସୂତ୍ରରେ ବାନ୍ଧିଥିଲେ ଓ ଯାହାଙ୍କ ଯୋଗୁଁ ଏକ ଭାରତ ସର୍ବଶ୍ରେଷ୍ଠ ଭାରତର ମୂଳଦୁଆ ପଡ଼ିଥିଲା । ଏହାପରେ ସମସ୍ତେ ଅନ୍ୟ ମାନଙ୍କ ହାତ ଧରାଧରି ହୋଇ ଏକ ମାନବ ଶୃଙ୍ଖଳ ଗଠନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ହାତ ଉପରକୁ ଉଠେଇ ରାଷ୍ଟୀୟ ଏକତା ଦିବସର ଶପଥପାଠ କରିଥିଲେ ଓ ଭାରତ ମାତାକି ଜୟର ଜୟଧ୍ୱନି ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.