ବାଲିଗୁଡା ଏନ ଏସି କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ତିନି ଗିରଫ ।

0 328

ବାଲିଗୁଡା,୦୭/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ଭବାନୀ ଶଙ୍କର ଦୋରାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଅବନୀ ନାୟକ,ପିଣ୍ଟୁ ସେଠୀ,ମିଥୁନ ସାହୁ । ଏମାନଙ୍କ ବିରୁଦ୍ଧରେ କେଶ ନମ୍ବର ୧୫୨/୨୧ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ଗତ ୨ ତାରିଖ ଦିନ ଏନ୍ଏସିର ଏକ ଠିକା କାମକୁ ନେଇ ଯୁକ୍ତିତର୍କ ହୋଇଥିଲା ତାପରେ ବସଷ୍ଟାଣ୍ଡ ନିକଟରେ ୨୦ରୁ ଉର୍ଦ୍ଧ୍ବ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.