ବାଲିଗୁଡାରେ କଂଗ୍ରେସ ର ବନ୍ଦ ପାଳନ; ଆଂଶିକ ପ୍ରଭାବ ଗାଡି ଚଳାଚଳ ବନ୍ଦ: ଦୋକାନ ବଜାର ଖୋଲା ।

0 282

ବାଲିଗୁଡା,୧୨/୧୧(ପିପିଟି): ଥମୁନି ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗ, ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ କଂଗ୍ରେସ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଛି ଏହି କ୍ରମରେ ବାଲିଗୁଡା ରେ କଂଗ୍ରେସ କର୍ମୀ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଛି । ସୁରକ୍ଷା ଦୃଷ୍ଟି ରୁ ବାଲିଗୁଡା ରେ ଘରୋଇ ବସମାଲିକ ସଂଘ ଦକ୍ଷିଣ କାଳୀ ଅଟୋ ମାଲିକ ସଂଘ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ସ୍ଥାନୀୟ ଲୋକେ ବି କଂଗ୍ରେସ କୁ ସମର୍ଥନ ଜଣାଇଛନ୍ତି । କିନ୍ତୁ ବାଲିଗୁଡା ବଣିକ ସଂଘ ସମର୍ଥନ ଜଣାଇ ନଥିବା ଦେଖିବାକୁ ମିଳିଛି । ବାଲିଗୁଡାରେ ବସ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଛି । କୌଣସି ସ୍ଥାନରେ ଅପ୍ରତିକର ପରିସ୍ଥିତି ଉପୁଜିନାହିଁ । କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.