ବାଙ୍ଗିରିପୋଷି ଘାଟି ରେ ଭାରି ଯାନ ପାଇଁ କଟକଣା।

0 206

ବାଙ୍ଗିରିପୋଷି,୦୧/୧୦: ଚାରି ଦିନ ଧରି ବାଙ୍ଗିରିପୋଷି ଘାଟି ରାସ୍ତାରେ ଜାମ ଲାଗି ରହିବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।ମୟୁରଭଞ୍ଜ ଜିଲ୍ଲାର ଲାଇଫ ଲାଇନ କୁହା ଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତା କିଛି ଦିନ ହେଲାଣି ଅତ୍ୟନ୍ତ ଖରାପ ହେବା ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି ।ଅନ୍ୟ ପଟେ ଭାରି ଯାନ ଗୁଡିକୁ ବ୍ରେକ ଡାଉନ ହେଲେ ରାସ୍ତା ରେ ଦୁଇ ତିନି ଦିନ ଧରି ଜାମ ଲାଗି ରହୁଛି।ଘାଟି ରାସ୍ତା ଜାମ ନେଇ ସମାଜ ଖବର କାଗଜ ରେ ଖବର ପ୍ରକାଶ ପରେ ଚେତି ଉଠିଛି ଜିଲ୍ଲା ପ୍ରଶାସନ।ମୟୁରଭଞ୍ଜ ଜିଲାପାଳ ବାଙ୍ଗିରିପୋଷି ଏବଂ ବିଶୋଇ ପୋଲିସ କୁ ସ୍ୱତନ୍ତ୍ର ଚିଠି କରିଛନ୍ତି,ଘାଟି ରାସ୍ତା ର ଉଭୟ ପାର୍ଶ୍ବରେ ୨୪ ଘଣ୍ଟା ପୋଲିସ ପେଟ୍ରୋଲିଙ୍ଗ ହେବା ସହ ଭାରି ଯାନ ଉପରେ କଟକଣା ଜାରୀ କରିଛନ୍ତି ।୪୯ ନଂ ଜାତୀୟ ରାଜପଥ ଘଟି ରାସ୍ତା ର ଉଭୟ ପାର୍ଶ୍ବରେ ଭାରି ଯାନ କୁ ପ୍ରତି ଦେଢ଼ ଘଣ୍ଟା ରେ ଥରେ ଛଡାଯିବ , ଅନ୍ୟ ସମୟରେ ଭାରି ଯାନ ଗୁଡିକ ରାସ୍ତାର ବାମ ପାଶ୍ୱର୍ରେ ପାର୍କିଂ କରିବେ ।ଘାଟି ରାସ୍ତା ଯେଭଳି ଜାମ ନ ହୁଏ ସେ ନେଇ ବିଡ଼ିଓ, ତହସିଲଦାର ତଦାରଖ କରିବେ ।ଏହି କଟକଣା ଅନିର୍ଦିଷ୍ଟ କାଳ ପଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲାପାଳ ଙ୍କ ଚିଠି ରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.