ବାଇକ ସହ ସ୍କୁଟି ଧକ୍କାରେ ୨ଚାଳକ ମୃତ ।

0 286

ଭଞ୍ଜନଗର,୧୦/୦୭(ପିପିଟି): ଭଞ୍ଜନଗର ଅଗ୍ନିଶମ ବିଭାଗ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ ଭଞ୍ଜନଗର ଖ୍ରୀଷ୍ଟିଆନ ସାହିର ସୁରଜ ଗୌଡ଼ଙ୍କ ପୁଅ ଅଭିଷେକ (୨୨)ସୁଜୁକି ସୋ ରୁମରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।ଶନିବାର ଏକ ନୂତନ ସ୍କୁଟି ବିକ୍ରି ପାଇଁ ଅର୍ଡର ଥିବାରୁ ସେ ବ୍ରହ୍ମପୁର ସୋ ରୁମରୁ ଏକ ନୂଆ ସ୍କୁଟି ଚଲାଇ ଭଞ୍ଜନଗର ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଭଞ୍ଜନଗର ରୁ ବାଇକରେ କଇଣ୍ଡି ଗ୍ରାମକୁ ଫେରୁଥିବା ବାବୁଲା ସ୍ୱାଇଁଙ୍କ ପୁଅ ଆଲୋକ (୨୨)ସହ ପ୍ରବଳ ବେଗରେ ଧକ୍କା ହୋଇଥିଲା। ଫଳରେ ଦୁହେଁ ଗୁରୁତର ଆହତ ହୋଇଥିଲେ। ଆଲୋକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅଭିଷେକକୁ ବ୍ରହ୍ମପୁର ମେଡ଼ିକାଲ ନେବା ବାଟରେ ତାର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ଗାଡ଼ି ଓ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.