ନୂଆପଡା,୨୭/୦୬(ପିପିଟି); ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ଠାରେ ଦୁଇ ବାଇକ୍ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିଥିବା ବେଲେ ଜଣେ ବ୍ୟକ୍ତିଙ୍କ ଘଟଣା ସ୍ତଲରେ ମ୍ରୁତ୍ୟୁ ହୋଇଥିବା ବେଳେ ୨ଜଣ ବ୍ୟକ୍ତି ଗୁରୁତ୍ୱର ଅଛନ୍ତି। ମ୍ରୁତ୍ୟୁ ବ୍ୟକ୍ତି ଜଣକ ମଖାପଦର ଗ୍ରାମର କପିଲ କାଣ୍ତ (୩୦) ବୋଲି ଜଣାପଡିଥିବା ବେଲେ ଗୁରୁତ୍ବ ର ୨ଜଣ ବ୍ୟକ୍ତି ମଧ୍ଯ ମଖାପଦର ଗ୍ରାମର ମାଲପଡା ବୋଲି ଜଣାପଡିଛି। ପ୍ରକାଶଯୋଗ୍ୟ ଯେ କପିଲ୍ କାଣ୍ତ ଗତ ଫେବ୍ରୁଆରୀ ୧୪ ତାରିଖ ଦିନ ଲିଟିଗୁଡା ଗ୍ରାମରୁ ବିବାହ କରିଥିଲେ। କୌଣସି କାମରେ ଘରୁ ବାହାରକୁ ବାହାରି ଥିବାବେଳେ ସେହି ଗ୍ରାମର ଶୁସାନ୍ତ ପହରିଆ (୨୯) ଓ ବୈଜଲ୍ ପହରିଆ (୩୨) ଏକ ସ୍ପ୍ଲେଣ୍ଡର ପ୍ଲସ୍ ବାଇକରେ ଆସୁଥିବା ବେଲେ ହଟାତ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଘଟଣା ସ୍ଥାନ ରେ କପିଲ୍ କାଣ୍ତଙ୍କ ମ୍ରୁତ୍ୟୁ ହୋଇଥିବା ବେଳେ ୨ଜଣ ଶୁସାନ୍ତ ପହରିଆ ଓ ବୈଜଲ୍ ପହରିଆ ଗୁରୁତର ହୋଇଛନ୍ତି। ଘଟଣା ପରେ ତୁରନ୍ତ ସ୍ଥାନିୟ ଲୋକେ ଏମ୍ୱୁଲେନ୍ସକୁ ଯୋଗାଯୋଗ କରିବାରୁ ଏମ୍ବୁଲେନ୍ସ ସାହାଯ୍ୟରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକ ଚିକିତ୍ସା ପାଇଁ ନେଇଥିବା ବେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଭବାନିପାଟଣା ସ୍ଥାନାନ୍ତର କରିଛନ୍ତି।( ରିପୋର୍ଟ- ନିରାକାର ମେହେର ।)