ବସ ଧକ୍କାରେ ମଟର ସାଇକେଲ ଚାଳକ ମୃତ ।

0 330

ମାଲକାନଗିରି,୦୮/୦୧(ପିପିଟି):ମାଲକାନଗିରି ଥାନା ଅନ୍ତର୍ଗତ ଏମଭି -୧୯ ଗ୍ରାମ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ରିଲାଏନ୍ସ ନାମକ ଏକ ଘରୋଇ ବସ୍ ଏବଂ ଏକ ମଟରସାଇକେଲ ଚାଳକଙ୍କ ମଧ୍ଯରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମଟର ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ୫ଘଟିକା ସମୟରେ ରିଲାଏନ୍ସ ନାମକ ଘରୋଇ ବସ୍ କାଲିମେଳରୁ ମାଲକାନଗିରି ଅଭିମୁଖେ ଆସୁଥିଲା ବେଳେ ଠିକ୍ ସେହି ସମୟରେ ମଟର ସାଇକେଲ ଚାଳକ ପାଲକୋଣ୍ଡା ଛକରୁ ବାହାରିଥିଲା। ବସଟି ଭାରସାମ୍ୟ ହରାଇ ମଟରସାଇକେଲ ଚାଳକଙ୍କ ଉପରେ ଚଢ଼ି ଯାଇଥିଲା। ବସ୍ ଟି ଦ୍ରୁତଗାମୀ ରହିଥିବାରୁ ୩୦ ମିଟରରୁ ଉର୍ଦ୍ଧ୍ବ ମଟର ସାଇକେଲ ସହିତ ଚାଳକଙ୍କୁ ଘୋଷାଡି ନେଇଥିଲା।ମୁଣ୍ଡ ଉପରେ ବସ ଚକା ମାଡି ଯିବାରୁ ମଟର ସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ପ୍ରାଣବାୟୁ ପଡିଯାଇଥିଲା। ମୃତ୍ୟୁ ବରଣ କରିଥିବା ଯୁବକ ସୋଙ୍ଗେଲ ଗ୍ରାମର ପଦିଆ ପଡ଼ିଆମି ବୋଲି ଜଣାପଡିଛି। ନିଜ ନାନି ଘର ପାଲକୋଣ୍ଡା ଆସି ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା। ଘଟଣାସ୍ଥଳରେ ମୃତକଙ୍କ ସଂପର୍କୀୟମାନେ ରାସ୍ତା ଅବରୋଧ କରିବା ସହ ଉତ୍ତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକମାନଙ୍କୁ ବୁଝାଶୁଝା କରୁଛି।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.