ବଳଭଦ୍ର ଆରୁଖ କୃଷକ ବଜାର ଉଦଘାଟିତ;ଗୋଟିଏ ଜାଗାରେ ମିଳିବ ସମସ୍ତ ସୁବିଧା ।

0 790

ଭଞ୍ଜନଗର,୨୩/୦୭(ପିପିଟି); ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ତରଫରୁ ୫ଏକର ଜାଗାରେ ପ୍ରାୟ ୧୦କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବଳଭଦ୍ର କୃଷକ ବଜାର ଶୁକ୍ରବାର ଉଦଘାଟିତ ହୋଇଯାଇଛି।ଏଥିରେ ଉଦ୍‌ଘାଟକ ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ମୁଖ୍ୟ ଅତିଥି ରୂପେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଉଭୟ ମନ୍ତ୍ରୀଙ୍କ ସମେତ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା,ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଆରଏମସି ସମ୍ପାଦକ ଦୀନବନ୍ଧୁ ଗୌଡ଼ ମଞ୍ଚରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରେସକ୍ଲବ ସଭାପତି ଲୋକନାଥ କର ସଂଯୋଜନା କରିଥିଲେ। ଏଠାରେ ଗୋଟିଏ ସ୍ଥାନରେ ପନିପରିବା, ମାଛ, ମାଂସ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବାରୁ ସ୍ଥାନୀୟ କୃଷକମାନେ ବହୁ ପରିମାଣରେ ଉପକୃତ ହୋଇପାରିବେ।ଏହି ବଜାରର ବ୍ୟବସାୟୀ ମାନଙ୍କ ପାଇଁ ସାମ୍ନା ପଟରେ ୩୯ଟି ଦୋକାନ ଗୃହ, ପଛପଟେ ୨୯ଟି ଦୋକାନ ଗୃହ, ଆମିଷ ବଜାର, ପିଣ୍ଡି ଓ ଗୋଦାମ ଗୃହର ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ସିଲିଙ୍ଗ ପ୍ଲାଣ୍ଟ ମଧ୍ୟ କରାଯିବା ପାଇଁ ଯୋଜନା ରହିଛି। ସେହିପରି ଭଞ୍ଜନଗର ମେଡ଼ିକାଲ ଠାରେ ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ ହୋଇଛି। ଏସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଓ ମନ୍ତ୍ରୀ ଆରୁଖଙ୍କ ପ୍ରଚେଷ୍ଟାରେ ଭଞ୍ଜନଗର ଅଞ୍ଚଳରେ ବିକାଶ ହୋଇପାରିଛି।ତେଣୁ ସମସ୍ତ ଜନ ସାଧାରଣ ମନ୍ତ୍ରୀଙ୍କୁ ସମର୍ଥନ କଲେ ଆଗାମୀ ଦିନରେ ଆହୁରି ଉନ୍ନତି ହୋଇପାରିବ ବୋଲି ଅତିଥିମାନେ କହିଥିଲେ। କରୋନା ସମୟରେ ଯେଉଁମାନେ ଭୟ ନକରି ଅନ୍ୟମାନଙ୍କୁ ସାହାଯ୍ୟ ଯୋଗାଇଥିଲେ ସେହି ଯୋଦ୍ଧା ଓ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ କର୍ମକର୍ତ୍ତା ତଥା କୃଷକ ମାନଙ୍କୁ ମଧ୍ୟ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.