ବର୍ଷାରୁ ରକ୍ଷା ପାଇବା ପାଇଁ ଏଟିଏମ ସାହାରା ।

0 243

ଭଞ୍ଜନଗର,୧୫/୦୯(ପିପିଟି):ଗତ କିଛି ଦିନ ହେଲା ଲଘୁଚାପଜନିତ ପ୍ରବଳ ବର୍ଷାରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ପ୍ରତିଦିନ ଭଞ୍ଜନଗର ସହରର ବିଭିନ୍ନ ଛକ ଓ ରାସ୍ତାରେ ବହୁ ସଂଖ୍ୟାରେ ଗୋରୁଗାଈ ବୁଲିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି।ହେଲେ ଏହି ଲଗାଣ ବର୍ଷା ସେମାନେ ଅନ୍ୟ ଉପାୟ ନପାଇ କାହାର ଘରଦ୍ୱାର, ପିଣ୍ଡା ଓ ଗଛମୂଳେ ଆଶ୍ରୟ ନେଉଛନ୍ତି।ବୁଧବାର ସନ୍ଧ୍ୟାରେ ବର୍ଷା ଲାଗି ରହିବା କାରଣରୁ ସ୍ଥାନୀୟ ହାଇସ୍କୁଲ ଛକରେ ଥିବା ୟୁକୋ ବ୍ୟାଙ୍କ ଏଟିଏମ ଭିତରେ କେତେକ ଗାଈଗୋରୁ ଆଶ୍ରୟ ନେଇଥିଲେ। ଫଳରେ ବହୁ ଲୋକ ଟଙ୍କା ଉଠାଇବାକୁ ଆସି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.