ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ପ୍ରଧାନଙ୍କ ଦେହାନ୍ତ।

0 349

ପୋଲସରା,୨୦/୧୧(ପିପିଟି): ରବିବାର ଦିନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ୩୮ ନଂ ଜୋନ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ପ୍ରଧାନଙ୍କ ବ୍ରାହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକେଲ ରେ ସକାଳ ପ୍ରାୟ ୮ସମୟ ବେଳକୁ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।ସେ କଂଗ୍ରେସର ଜଣେ ଟାଣୁଆ ଏବଂ ଦୃଢ଼ ସମର୍ଥକ କର୍ମୀ ଥିଲେ ।ସମଗ୍ର ନିର୍ବାଚନ ମଣ୍ଡଳୀରେ ସେ ଜଣେ ଲୋକପ୍ରିୟ ଏବଂ ଜଣେ ସଂଗ୍ରାମୀ ନେତା ଭାବରେ ସୁନାମ ଅର୍ଜନ କରିଥିଲେ।ଅତୀତରେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଜିଲ୍ଲାପରିଷଦ ସଦସ୍ୟ ରହିଥିବାବେଳେ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ, ପାଣି ପାଣିପାଞ୍ଚାୟତ ସଭାପତି ପରି ଅନେକ ପଦପଦବୀରେ ରହି ସୁଚାରୁ ରୁପେ ଦାୟିତ୍ୱ ସମ୍ପାଦନ କରିଥିଲେ । ଏପରିକି ପୂର୍ବତନ କେନ୍ଦ୍ର ସାର ଏବଂ ରାସାୟନିକ ବିଭାଗ ମନ୍ତ୍ରୀଙ୍କର ସେ ପ୍ରତିନିଧି ଭାବରେ ମଧ୍ୟ୍ୟ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇପାରିଥିଲେ । ସେ ଜଣେ ଅତି ଭଦ୍ର ଓ ମେଳାପୀ ଥିଲେ ତାଙ୍କର ମୃତ୍ୟୁରେ ସମଗ୍ର ପୋଲସରା ନିର୍ବାଚନମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି । ମେଡିକଲରୁ ପରିବର ଲୋକଙ୍କ ଦ୍ୱାରା ପୋଲସରା ବ୍ଲକ ସୋଡକ ଗ୍ରାମ ନିଜର ବାସଭବନକୁ ।ଅଣାଯିବାପରେ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା।ସୂଚନା ଯୋଗ୍ୟଯେ, ତାଙ୍କର ସାନପୁଅ ଉତ୍କଳ ପ୍ରଧାନ ବର୍ତ୍ତମାନ ସୋଡ଼କ ପଞ୍ଚାୟତରେ ସରପଞ୍ଚ ରହି ପଞ୍ଚାୟବାସୀଙ୍କ ପାଇଁ ସେବା କରିଆସୁଛନ୍ତି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.