ଭଞ୍ଜନଗର,୨୩/୦୭(ପିପିଟି); ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ଗ୍ରାମରେ ଶୁକ୍ରବାର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପର ଭୂମି ପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ।ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ମନ୍ତ୍ରୀ ଆରୁଖ ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ପଞ୍ଚାୟତର ଉନ୍ନତି ସକାଶେ ସର୍ବାଧିକ ଅର୍ଥ ମଞ୍ଜୁର କରାଯାଉଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ତେଣୁ ସବୁଠାରେ ୩୫ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣ ମଣ୍ଡପ ନିର୍ମାଣ ହେଉଥିବା ବେଳେ ଏଠାରେ ୫୦ଲକ୍ଷ ଟଙ୍କା ବ୍ୟୟରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ।ସେହିପରି ସ୍ଥାନୀୟ ଜବହାର ନୋଡାଲ ହାଇସ୍କୁଲର ଉନ୍ନତି ପାଇଁ ସିଏସଆର ଫଣ୍ଡରୁ ୩୦ଲକ୍ଷ ଟଙ୍କା,ସ୍ମାର୍ଟ ସ୍କୁଲ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ଓ ମୋ ସ୍କୁଲ ଯୋଜନାରେ ୧୫ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ମୋଟ ୫୫ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ଏକ ଅତ୍ୟାଧୁନିକ ସ୍କୁଲର ସୁବିଧା ମିଳିବ।ଚାଷୀ ମାନଙ୍କ ସୁବିଧା ପାଇଁ୭ଲକ୍ଷ ଟଙ୍କା ବ୍ୟୟରେ ସିମେଣ୍ଟ ଖଳା ନିର୍ମାଣ ହେବ। ଅସମ୍ପୁର୍ଣ ଅଙ୍ଗନୱାଡ଼ି କେନ୍ଦ୍ରକୁ ସମ୍ପୂର୍ଣ୍ଣ କରିବା ପାଇଁ ୩ଲକ୍ଷ ୫୦ହଜାର ଟଙ୍କା ମଞ୍ଜୁର କରାଯାଇଛି ।ହୋମିଓପ୍ୟାଥିକ ଡାକ୍ତରଖାନାର ଉନ୍ନତି ପାଇଁ ୨ଲକ୍ଷ ଟଙ୍କା ମଞ୍ଜୁର କରିଥିବା କହିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଅନୀଲ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା,ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ବିଜେଡ଼ି ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ,ସରପଞ୍ଚ ଝୁନୁ ସେଠି,ସମିତି ସଭ୍ୟା ବିରାଜିନି ନାୟକ, ସଂଯୋଜକ ପ୍ରଶାନ୍ତ କୁମାର ରାଉଳ ମଞ୍ଚରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ସମାଜସେବୀ ଶୂଳପାଣି ଶତପଥି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )