ବଜ୍ରାଘାତରେ ଗାଇ ଚରାଳି ଯୁବକର ମୃତ୍ଯୁ।

0 350

ବେଲଗୁଣ୍ଠା,୧୮/୧୦(ପିପିଟି): ମଙ୍ଗଳବାର ସଂଧ୍ୟା ସମୟରେ ବର୍ଷା ପବନ ସାଙ୍ଗକୁ ଘଡଘଡି ହୋଇଥିଲା । ଗାଈ ଗୋଠନେଇ ଚରାଉଥିବା ଯୁବକକୁ ବଜ୍ରାଘାତ ମାରିବାରୁ ଘଟଣା ସ୍ଥଳରେ ତାର ମୃତ୍ଯୁ ଘଟିଥିଲା । ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକ ସଣ୍ଡl ଗ୍ରାମର ମୋଚିରାମ ଗୌଡ଼ଙ୍କ ପୁଅ ମହେଶ୍ୱର ଗୌଡ଼ (୩୫), ମହେଶ୍ୱର ପ୍ରତିଦିନ ଭଳି ଆଜି ଗାଈଗୋଠ ନେଇ ନିକଟସ୍ଥ ପଡିଆକୁ ଯାଇଥିଲେ । ସନ୍ଧ୍ୟା ୫:୩୦ ମିନଟ ସମୟରେ ବର୍ଷାହେବାରୁ ମହେଶ୍ୱର ଏକ ଗଛମୂଳେ ଆଶ୍ରୟ ନେଇଥିଲେ ସେହି ସମୟରେ ବଜ୍ରପାତ ହେଇଥିଲା ଘଟଣା ସ୍ଥଳରେ ମହେଶ୍ୱରର ମୃତୁ ଘଟିଥିଲା । ସ୍ଥାନୀୟ ଲୋକେ ମହେଶ୍ୱରକୁ ଗୋବରା ମେଡିକାଲକୁ ଆଣିଥିଲେ ଡାକ୍ତର ମହେଶ୍ୱରକୁ ମୃତ ଘୋଷଣା କରିଥିଲେ । ମହେଶ୍ୱର ଗରିବ ପରିବାରର ହୋଇଥିବାରୁ ତା ପରିବାରକୁ ସରକାରୀ ସାହାଯ୍ୟ ଯୋଗେଇଦେବାକୁ ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼ ଦାବି କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.