ଫ୍ରିଫାୟାର ଗେମ କବଳରେ ଛାତ୍ର ସମାଜ ।

0 319

ବେଲଗୁଣ୍ଠା,୦୬/୧୦(ପିପିଟି): ଗାଁ ରେ ବ୍ୟାନର ଲଗାଇ ଜଣାଉଛନ୍ତି ଆମେ ଖେଳୁଛୁ । ମୋବାଇଲରେ ଫ୍ରିଫାୟାର ଖେଳ ଏବେ ଛାତ୍ର ମାନଙ୍କ ଏକ ବଡ଼ ପସନ୍ଦ ହୋଇଯାଇଛି । ଦିନ ରାତି ହାତରେ ମୋବାଇଲ ଧରି ଏହି ଖେଳ ପଛରେ ପାଗଳ ଭଳି ପଡିଯାଇଛନ୍ତି । ଏପରିକି ନିଜ ଗାଁ ରେ ଖେଳାଳି ମାନଙ୍କ ଫଟୋ ରଖି ଫ୍ଲେକ୍ସ ରେ ବ୍ୟାନର କରି ବିଭିନ୍ନ ନାମ ଦେଇ ମରାଯାଇଛି । ଏଥିରୁ ଆପଣ ମଧ୍ୟ ଅନୁମାନ କରିପାରୁଥିବେ ପିଲାମାନେ ଏହି ଖେଳ ପ୍ରେମରେ କେତେ ମାତିଛନ୍ତି । ଗତ କିଛିଦିନ ତଳେ ଘଟିଯାଇଥିବା ଏକ ଖବର ଏବେ ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇଦେଇଛି । କେନ୍ଦୁଝର ଆନନ୍ଦପୁର ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ପାଠ ନପଢି ମୋବାଇଲରେ ଏହି ଖେଳ ଖେଳୁଥିଲା ନିଜ ମା ତାଗିଦ କରି ମୋବାଇଲକୁ ଛଡାଇ ଆଣିବାପରେ ସେ ଆତ୍ମହତ୍ୟା କରିଦେଇଛି । ପିଲାମାନେ ଏହି ଖେଳ ଖେଳୁଥିବା ଓ ଏହାକୁ ବାରଣ କଲେ ଆତ୍ମହତ୍ୟା କରିଥିବା ଏବେ ଅଭିଭାଵ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏହି ଖେଳ ଏବେ ସହର ଠୁ ଆରମ୍ଭ କରି ଗ୍ରାମଞ୍ଚଳ ପିଲାଙ୍କୁ ମଧ୍ୟ କବଳିତ କରିସାରିଛି ଶହ ଶହ ଟଙ୍କା ଲଗାଇ ଏହି ଖେଳ ଚାଲିଛି । ଯାହାର ଉଦାହରଣ ପଲଟିଛି ଗାଁ ରେ ଲାଗିଥିବା ବ୍ୟାନର। ଗଞ୍ଜମ ଜଗନ୍ନାଥପ୍ରସାଦ ପ୍ରତାପୁର ଅଞ୍ଚଳରେ ପାଟରାପଲ୍ଲୀ, ଗୋଠଲୁଣ୍ଡା, ପ୍ରତାପୁର, ଆମ୍ବବାଲି ସାହି, କଲ୍ୟାଣପୁର ଭଳି ବିଭିନ୍ନ ସ୍ଥାନରେ ଏହି ଭଳି ବଡ଼ବଡ଼ ବ୍ୟାନର ଲଗାଯାଇଛି । ତୁରନ୍ତ ଏହାକୁ ବନ୍ଦ କରିବା ଵ୍ୟଵସ୍ଥା କରାନଗଲେ ଆଗକୁ ଆଉ କେତେ ଯେ ଜୀବନ ନ ଜୀବ କହି ହେବନାହିଁ । ପିଲାମାନଙ୍କ ସ୍କୁଲ ଛୁଟିଥିବା ବେଳେ ଅନଲାଇନ କ୍ଲାସ ବାହାନାରେ ମୋବାଇଲ ଧରିବା ପରେ ଏବେ ଫ୍ରିଫାୟାର ମୁହାଁ ହୋଇଥିବା ଅଭିଭାବକ ମାନେ କହିବା ସହ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଖେଳକୁ ବ୍ୟାନ କରାଯାଉ ବୋଲି ଦାବି ହୋଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.