ଫୁଲବାଣୀ ବାର ଆସୋସିଏସନର କୋଭିଡ୍ ଚିକିତ୍ସା ଅବ୍ଯବସ୍ଥା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ ।

0 420

ଫୁଲବାଣୀ,୨୩/୦୯(ପିପିଟି); ଫୁଲବାଣୀ ବାର ଆସୋସିଏସନ ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନା ସଂକ୍ରମଣ ବେଳେ ଜିଲ୍ଲା ଚିକିତ୍ସା ବ୍ୟବସ୍ତା ରେ ଚାଲିଥିବା ଅବ୍ୟବସ୍ଥା ଓ ଫୁଲବାଣୀ ବାରର ସ୍ବର୍ଗତ ଓକିଲ ସୁରେଶ ମହାପାତ୍ରଙ୍କ ଚିକିତ୍ସା ଅବହେଳା ଓ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବି ପତ୍ର ପ୍ରଦାନ କରିଛି ବାର । ବର୍ତ୍ତମାନ କୋଭିଡ ସଂକ୍ରମଣ ଜିଲ୍ଲାରେ ନିୟନ୍ତ୍ରଣ ବାହାରେ ଥିବା ବେଳେ କୌଣସି ରୋଗରେ ଆକ୍ରାନ୍ତ ହୋଇ ରୋଗୀ ଯଦି ଡାକ୍ତର ଖାନା ଆସୁଛି ତାର ଉପଯୁକ୍ତ ଚିକିତ୍ସା କରାଯାଉନାହିଁ । କୋଭିଡ୍ ହସ୍ପିଟାଲରେ ପରିମଳଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଅବ୍ୟବସ୍ଥା ଚାଲିଛି । ଏହିଭଳିକି ନିମ୍ନମାନର ଖାଦ୍ୟ ଦେବା ସହ ମାସ ମାସ ଧରି ଶୌଚାଳୟ ଓ ଲେଟିନ ଗୁଡିକୁ ସଫା କରାନଯିବା ଭଳି ଅବ୍ୟବସ୍ଥା ଚାଲିଛି । ବାରର ଦକ୍ଷତା ସମ୍ପନ୍ନ ଭିଜିଲାନ୍ସର ସ୍ୱତନ୍ତ୍ର ପି.ପି ପୂର୍ବରୁ କୌଣସି ରୋଗ ନଥାଇ ଫୁଲବାଣୀ କୋଭିଡ ହସ୍ପିଟାଲରେ ତିନି ଦିନ କଟାଇବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଓ ତାଙ୍କର ମୃତ୍ୟୁ ଘଟିବାର ଗୋଟିଏ ଦିନ ପରେ ପରିବାରକୁ ଜଣାଇବା ବର୍ତ୍ତମାନ ଚାଲିଥିବା ଚିକିତ୍ସା ବ୍ୟବସ୍ଥାର ଚରମ ଅବ୍ୟବସ୍ଥା ବୋଲି ବାର ଦାବି କରିବା ସହ ତୁରନ୍ତ ଏସବୁର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି । (ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।)

Leave A Reply

Your email address will not be published.