ଫୁଲବାଣୀ,୦୬/୦୯(ପିପିଟି); ସାଧାରଣ ଜନତାଙ୍କର ସ୍ଵାର୍ଥ ପ୍ରତି ଦୃଷ୍ଟି ନଦେଇ ଯୋଜନା ବିହୀନ ଭାବେ ଅନୁଦାନ ଅର୍ଥକୁ ଖର୍ଚ୍ଚ କରି ପିସି ଆଦାୟ ଓ ଫଲ୍ସ ବିଲ୍ କରି କେବଳ ଟଙ୍କା ହଡପ ଏକ ମାତ୍ର ଲକ୍ଷ ହୋଇଥିବା ଅଭିଯୋଗ ହେଉଛି । ସହରରେ ଯୋଜନା ବିହୀନ ଭାବେ କରାଯାଇଥିବା ଡ୍ରେନ ଯୋଗୁଁ ଅସରାଏ ବର୍ଷା ହେଲେ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି । ଏହି ସମସ୍ୟାର ସମାଧାନ ନକରି କେବଳ ଲାଭଖୋର ମନବୃତି ରଖି ନାଳ ଗୁଡିକ ଉପରେ ନିମ୍ନ ମାନର କଂକ୍ରିଟ ପ୍ଲେଟ ପକା ଚାଲିଛି । ଏଥିରେ ସହର ବାସୀଙ୍କର କୌଣସି ସମସ୍ୟା ସମାଧାନ ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଦୀର୍ଘ ଦିନ ଧରି ସହରର ନାଳ ଗୁଡିକ ଉପରେ ଥିବା ଜବରଦଖଲକୁ ପୌରପରିଷଦ ନ ହଟାଇବା ଫଳରେ ରାସ୍ତା ଗୁଡିକ ଏକ ପ୍ରକାର ସଂକୀର୍ଣ୍ଣ ହୋଇଯାଇ ଟ୍ରାଫିକ ସମସ୍ୟା ଉପୁଜୁଛି। ସହରର ଏକ ଜନ ଗହଳି ପୂର୍ଣ୍ଣ ଅମଲାପଡା ଅଞ୍ଚଳରେ ଜଣେ ପୂର୍ବତନ ଲୋକପ୍ରତିନିଧି ମୂଖ୍ୟ ରାସ୍ତାର ନାଳ ଉପରେ ଏକ ତିନି ମହଲା କୋଠା ନିର୍ମାଣ କରି ଏକ ଶିକ୍ଷାନୁଷ୍ଠାନ ଚଳାଇଥିବା ବେଳେ ପୌରପରିଷଦ ଓ ପ୍ରଶାସନର ନୀରବତା ଅନ୍ୟ ଜବରଦଖଲକାରୀଙ୍କ ପାଇଁ ପ୍ରତ୍ସୋହନ ଯୋଗାଇଛି । ଏହିଭଳିକି ସେହି ୱାର୍ଡର ଜଣେ ବ୍ୟବସାୟୀ ଏନ.ଏଚରୁ ବ୍ରାହ୍ମଣଦେବି ମନ୍ଦିରକୁ ସଂଯୋଗ କରୁଥିବା ଏକ ମୁଖ୍ୟ ଛକ ଉପରେ ଉଭୟ ପାଖର ଡ୍ରେନ ଜବରଦଖଲ କରି ନିଜର କୋଠା ଓ କ୍ୟାବିନ ପକାଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ନଜିରସୃଷ୍ଟି ହୋଇଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।