ବେଲଗୁଣ୍ଠା,୧୬/୧୨(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ନୂଆପଡା ଗ୍ରାମରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ନୂଆପଡା ଗ୍ରାମର ସୁଜନ ପରିଡ଼ା ଓରଫ ଟିଆଁ(୫୦) । ସୁଜନର ପରିବାର ଲୋକେ ସୁରତରେ ରହୁଥିବା ବେଳେ ସୁଜନ ଗାଆଁରେ ଏକା ରହି ଲିଆ ମୁଢ଼ି ବିକ୍ରି କରି ଚଳୁଥିଲେ । ସେ ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ଗ୍ରାମବାସୀ ଗାଙ୍ଗପୁର ଥାନାରେ ଖବର ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ । ତେବେ ସୁଜନର ପରିବାର ଲୋକେ ସୁରତରୁ ଗାଆଁକୁ ଫେରିବାକୁ ଦୁଇ ତିନି ଦିନ ସମୟ ଲାଗିବା ଏବଂ ତିନିଦିନ ପର୍ଯ୍ୟନ୍ତ ଶବକୁ ଗାଆଁରେ ରଖିବା ସମ୍ଭବ ନଥିବାରୁ ଗ୍ରାମବାସୀ ସୁଜନର ଶବ୍ଦକୁ ପୋଲିସ୍ ସହାୟତାରେ ସଂସ୍କାର କରିଥିଲେ । ଏନେଇ ଗାଙ୍ଗପୁର ଥାନାରେ ୨୭/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ଘଟଣାର ତଦନ୍ତ କରାଯାଉଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )