ପ୍ରେମିକାକୁ ପ୍ରତାରଣା, ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା।

0 341

ଶେରଗଡ,୨୮/୧୧(ପିପିଟି): ଦୀର୍ଘ ୯ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ବିବାହ ପ୍ରତିଶୃତି ଦେଇ ପ୍ରେମିକ ପ୍ରତାରଣା କରିଥିଲେ। ଏହା ପରେ ଗତ ୨୬ ତାରିଖ ଦିନ ପ୍ରେମିକ ଅନ୍ୟତ୍ର ବାହା ହେବା ଖବର ପାଇ ପ୍ରେମିକ ନ୍ୟାୟ ଦାବିରେ ଧାରଣାରେ ବସିଥିବା ଦୃଶ୍ୟ ନଜରକୁ ଆସିଛି। ଏଭଳି ସମ୍ବେଦନଶୀଳ ଘଟଣା ଶେରଗଡ଼ ଥାନା ଅନ୍ତର୍ଗତ ତୋଟା ସାହିରେ ଘଟିଛି। ପ୍ରକାଶ ଥାଉ କି ଶେରଗଡ଼ ବ୍ଲକ ହରେକୃଷ୍ଣ ପୁର ଗ୍ରାମର ଜୟଚଣ୍ଡୀ କୋଲନୀର( ୩୫) ବର୍ଷୀୟା ମହିଳା ଝୁନୁ ନାଇକ ମୁଲ ଲାଗି ଜୀବିକା ଅର୍ଜନ କରନ୍ତି। ମା ମୋଚିଆଣି ନାଇକ ବୟସ-(୭୦) ସହ ଉକ୍ତ ସାହିରେ ରହୁଥିଲେ। ତୋଟା ସାହିର ଗଗନ ବାଡ଼ତ୍ୟା ବୟସ(୩୦) ବାପା-ଅଭିମନ୍ୟୁ ବାଡ଼ତ୍ୟା ଗତ ୯ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖୁଥିଲା ବୋଲି ଝୁନୁ ଶେରଗଡ଼ ଥାନାରେ ଅଭିଯୋଗ ଦେଇଥିଲେ। ନ୍ୟାୟ ନ ପାଇ ଶେଷରେ ଝୁନୁ ପ୍ରେମିକ ଗଗନଙ୍କ ଘର ଆଗରେ ଧାରଣା ରେ ବସିଛି। ନ୍ୟାୟ ନ ମିଳିଲେ ବିଷ ଖାଇ ଆତ୍ମହତ୍ୟା କରିବି ବୋଲି ପ୍ରତିକ୍ରିୟାରେ କହିଛନ୍ତି। ଏପଟେ ଧାରଣା ସ୍ଥଳରେ ଝୁନୁଙ୍କ ସହ ଥିବା ବୃଦ୍ଧା ମା ପ୍ରତିକ୍ରିୟା ରେ ନ୍ୟାୟ ନ ମିଳିବା ଯାଏ ଗଗନର ଘର ସମ୍ମୁଖରୁ ହଟିବୁ ନାହିଁ ବୋଲି ଅଡ଼ି ବସିଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି।ଧାରଣାରତ ପ୍ରେମିକାକୁ ପୁଲିସ ଥାନାକୁ ଆଣି ପଚରାଉଚରା ଚାଲିଛି।ଶେରଗଡ଼ ଥାନାରେ ମଧ୍ୟ ପୋଲିସ ୨୫୮/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଚାଲୁ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.