ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଗୁରୁ ଦିବସ ପାଳିତ।

0 340

ପୋଲସରା ୦୫/୦୯(ପିପିଟି) :ପୋଲସରା ବ୍ଳକ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଆଜି ଗୁରୁଦିବସ ପାଳନ କରାଯାଇଛି। ପ୍ରାଥମିକ ଶିକ୍ଷକ ଭବନ ଠାରେ ଆୟୋଜିତ ଉତ୍ସବରେ ମତ୍ସ୍ୟ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଗତ ଏକ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନୀତ କରିଥିଲେ। ଆଜିର ଉତ୍ସବ ରେ ସର୍ବ ଶ୍ରୀ କାମ୍ପ ବାଡ଼େଇ , ସୂର୍ଯ୍ୟ ନାରାୟଣ ପୃଷ୍ଟି , ବୃନ୍ଦାବନ ପ୍ରଧାନ , ଆର୍ତ୍ତ ସାହୁ , ସୁବାସିନୀ ଦେବୀ , ରେଣୁକା ମାଝୀ , ଲକ୍ଷ୍ମୀ ବେହେରା , କବିରାଜ ପ୍ରଧାନ , କୃଷ୍ଣ ଚନ୍ଦ୍ର ପାତ୍ର , ରମେଶ ଚନ୍ଦ୍ର ବେହେରା , କାଳି ପ୍ରସାଦ ମହାପାତ୍ର , ଦିଗମ୍ବର ପାଢ଼ୀ , ବିଭୁତି ଭୁଷଣ ପାଣିଗ୍ରାହୀ , ବସନ୍ତ କୁମାର ଦଳେଇ , ହଜାରି ବେହେରା ଓ କବିରାଜ ସାହୁ ପ୍ରଭୃତି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ମଳିକ ସମ୍ମାନିତ କରିଥିଲେ। ସୂର୍ଯ୍ୟ ନାରାୟଣ ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବ ରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯଦୁନାଥ ମିଶ୍ର ମୁଖ୍ୟ ବକ୍ତା , ଦୁର୍ଗା ପ୍ରସାଦ ମହାପାତ୍ର ସମ୍ମାନୀତ ଅତିଥି ଏବଂ ପ୍ରକାଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ବକ୍ତା ରୂପେ ମଞ୍ଚାସୀନ ହୋଇଥିଲେ। ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ପୋଲସରା ବ୍ଳକ୍ ର ଦିବଂଗତ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରା ଯାଇଥିଲା। ସମ୍ପାଦକ ଅମିତାଭ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସତ୍ୟବାନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ହରିହର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.