ମାଲକାନଗିରି,ତା:୨୧/୦୯(ପିପିଟି):ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗରେ ଗତ ୧୭.୧୧.୨୦୨୦ ତାରିଖରେ ୮୯୫ ବରିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିଲା ବେଳେ ଏଥିରେ ଅନିୟନିତତା ଦେଖା ଦେଇଛି । ସାଂବିଧାନର ନିୟମ ଅନୁସାରେ ଅନୁସୂଚିତ ଜାତିଙ୍କୁ ୧୬.୨୫%ଏବଂ ଅନୁସୂଚିତ ଜନ ଜାତିଙ୍କୁ ୨୨.୦୫% ସ୍ଥାନ ସରକାରୀ ଚାକିରୀରେ ସଂରକ୍ଷଣ ଓ ପଦୋନ୍ନତିରେ ବ୍ଯବସ୍ଥା ରହିଛି । କିନ୍ତୁ ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ଏସସି/ଏସଟି ସଂରକ୍ଷଣ ବର୍ଗ ୩୮.୭୫% କୁ ଛାଡି ଦେଲେ ବାକି ଅଣ ସଂରକ୍ଷଣ ବର୍ଗଙ୍କ ପାଇଁ ସ୍ଥାନ ୬୧.୨୫. ରହିଥିଲା ବେଳେ ଏହି ସ୍ଥାନରେ ବରିଷ୍ଠାତା ଭିତ୍ତିରେ କୌଣସି ଏସସି/ଏସଟି ବର୍ଗର ଶିକ୍ଷକମାନଙ୍କୁ ପଦୋନ୍ନତି ନଦେଇ ସାଧାରଣ ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ପଦୋନ୍ନତି ଦେଇଥିବା ଏସସି/ଏସିଟି ଶିକ୍ଷକ ସଂଘ ଅଭିଯୋଗ କରିଛ । ଫଳରେ ୨୦୧୧ ମସିହାରେ ନିୟମିତ ହୋଇଥିବା ସାଧାରଣ ବର୍ଗର ୫୪୮ ଜଣ ଶିକ୍ଷକ ପଦୋନ୍ନତି ପାଇଥିବା ବେଳେ ୧୯୯୪ ମସିହାର ନିୟମିତ ଏସସି/ଏସଟି ସଂରକ୍ଷଣ ବର୍ଗର ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯାଇ ନଥିବା ଜଣା ପଡିଛି । ତେବେ ଅଣସଂରକ୍ଷଣରେ ରହିଥିବା ୬୧.୨୫% ପଦୋନ୍ନତି ସ୍ଥାନକୁ ବେଆଇନ ଭାବେ ତତ୍କାଳିନ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସେଠୀ ,ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ଏବଂ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସାଧାରଣ ବର୍ଗର ଶିକ୍ଷକମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ପଦୋନ୍ନତି ପ୍ରଦାନ କରିଥିଲେ । ଯାହାକି ସଂରକ୍ଷଣ ଆଇନର ବିରୁଦ୍ଧାଚରଣ କରିଛନ୍ତି ।ଫଳରେ ମାଲକାନଗିରି ଏସସି/ଏସଟି ପ୍ରାଥମିକ ଶିକ୍ଷକ ସଂଘ ନିଜର ନ୍ଯାୟ ଭିକ୍ଷା ପାଇଁ କଟକ ଉଚ୍ଚ ନ୍ଯାୟାଳୟର ଦ୍ବାରସ୍ଥ ହୋଇଛି । ଏହା ବ୍ଯତୀତ ସଂଘ ନିଜର ଅଧିକାର ପାଇଁ ବର୍ତ୍ତମାନର ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ,ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା,ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଏବଂ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛି । ଯଦି ଏହି ଶିକ୍ଷକ ପଦୋନ୍ନତି ତାଲିକାକୁ ପୁନର୍ବିଚାର କରାଯିବ ତେବେ ଏସସି/ଏସଟି ବର୍ଗର ପ୍ରାୟ ୨୦୦ ଶିକ୍ଷକ ପଦୋନ୍ନତି ପାଇ ପାରିବେ ବୋଲି ସଂଘର ସଭାପତି ପ୍ରଦୀପ କୁମାର ତାପାଲୀ ଓ ସଂପାଦକ ଇର୍ମା ପଡିଆମି ପ୍ରକାଶ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Next Post