ପଦ୍ମପୁର,୨୩/୦୯(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଲଖମରା, ବାଦିକଟା, ଭେଙ୍ଗରାଜପୁର ପଞ୍ଚାୟତ ର ଚାଷୀ ମାନଙ୍କୁ ଓରିଏନଟାଲ୍ ବୀମା କମ୍ପାନୀ ବୀମା ପ୍ରାପ୍ୟ ପ୍ରଦାନ ରେ ଚଞ୍ଚକତା କରୁଥିବା , ପ୍ରଶାସନ, ଚାଷୀ ପ୍ରତିନିଧି ଏବଂ ବୀମା କମ୍ପାନୀ ଅଧିକାରୀଙ୍କ ପୂର୍ବରୁ ହୋଇଥିବା ଆଲୋଚନା ଅନୁଯାୟୀ କମ୍ପାନୀ ପ୍ରାପ୍ୟ ଦେବାକୁ ରାଜି ହୋଇଥିଲା। ହେଲେ ଏ ଯାଏ ଚାଷୀଙ୍କୁ ଗତ ୨୦୧୯ ବର୍ଷର ଖରିଫ ଫସଲ ବୀମା ରାଶି ମିଳି ପାରି ନାହିଁ। ଅନ୍ୟପଟେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବାର ଅଭିଯୋଗ ଚାଷୀ ମାନେ ବାରମ୍ବାର କରିଥିବା ବେଳେ ପ୍ରଶାସନ ଏ ବିଷୟ କୁ ଗୁରୁତ୍ୱ ସହିତ ନ ନେଉଥିବା ଅଭିଯୋଗ କରି ଆଜି ଚାଷୀ ମନେ ଗତ କାଲି ଲଖମରା କଲେଜ ଛକ ଠାରେ ରାସ୍ତା ରୋକ କରିଥିଲେ।ଅଦିନିଆ ବର୍ଷା ପାଇଁ ରାସ୍ତା ରୋକରୁ ଓହରି ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣାରତ । ପଦ୍ମପୁର- ଜଗଦଲପୁର-ଛତିଶଗଡ଼ ରାଜରାସ୍ତାକୁ ଅବରୋଧ କରି ଆନ୍ଦୋଳନର ପନ୍ଥା ଅାପଣେଇଥିଲେ ଚାଷୀ। ଝାରବନ୍ଧ ତହସିଲଦାର ଅନିଲ କୁମାର ହୋତା ଆନ୍ଦୋଳନ ସ୍ଥଳକୁ ଯାଇ ଚାଷୀ କୋଭିଡ-୧୯ ନିୟମ ପାଳନ କରୁଛନ୍ତି କି ନାହିଁ ତାହା ତର୍ଜମା କରିବାକୁ ଚାଲିଆସିଥିଲେ । ପରେ ଚାଷୀ ମାନେ ନିଜସ୍ୱ ଆଲୋଚନା ପରେ ରାସ୍ତା ରୋକ ଛାଡିବା ସହ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ ସହ ତାଲା ଖୋଲିବାକୁ ଦେଇ ନାହାନ୍ତି। ବହୁ ସଂଖ୍ୟାରେ ଚାଷୀ ଯୋଗ ଦେଇ ସମ୍ପୂର୍ଣ୍ଣ କୋଭିଡ ନିୟମ ଅନୁଯାୟୀ ଆନ୍ଦୋଳନରେ ବସିଛନ୍ତି। ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ କାର୍ଯ୍ୟାଳୟ ସମ୍ମୁଖକୁ ଆସି ଚାଷୀ ମାନଙ୍କ ସହ କଥା ହୋଇ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଚାଷୀ ମାନେ ନଛୋଡ ବନ୍ଧା ବାଟ ଛାଡିନଥିଲେ । ଫଳରେ ଉପଜିଲ୍ଲାପାଳ ଶ୍ରୀ ଦରୱାନ ନିରୁପାୟ ହୋଇ କାର୍ଯ୍ୟାଳୟ ସମ୍ମୁଖରୁ ଫେରି ଯାଇଛନ୍ତି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)