ପଦ୍ମପୁର,୧୯/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧିନସ୍ଥ ଚର୍ଦାପାଲି ଗ୍ରାମ ପଞ୍ଚାୟତ ପରିଦର୍ଶନରେ ବରଗଡ ଜିଲ୍ଲାର କାର୍ଯ୍ୟରତ ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଆସି ଏଠାରେ ଚାଲିଥିବା ସରକାରଙ୍କ ଉନ୍ନତିକରଣ କାର୍ଯ୍ୟ ର ସମୀକ୍ଷା କରିଥିଲେ । ଚର୍ଦାପାଲି ଗ୍ରାମ ପଞ୍ଚାୟତ ଛତିଶଗଡ ସିମାନ୍ତରେ ଅବସ୍ଥିତ । ସ୍ୱାଧିନତାର ପରଠାରୁ ଏ ପଞ୍ଚାୟତ ଅବହେଳିତ ହୋଇ ରହି ଆସିଛି ହେଲେ ଯେଉଁଦିନ ଠାରୁ ଗିରିଶ ଚନ୍ଦ୍ର ନାଏକ ସରପଞ୍ଚ ଭାବେ ଦାୟିତ୍ୱ ବହନ କଲେ ତାଙ୍କ ସ୍ୱପ୍ନର ଚର୍ଦାପାଲି ଗ୍ରାମ ପଞ୍ଚାୟତର ରୂପରେଖ ଧିରେଧିରେ ବଦଳିବାରେ ଲାଗଲା । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଜୟରଂଜନ ସିଂ ବରିହାଙ୍କ ଦୃଷ୍ଟିକୁ ଆଣି ଅନେକ ଗୁଡିଏ ଉନ୍ନୟନ ମୂଳକ କାର୍ଯ୍ୟ ହାତେଇ ସମଗ୍ର ପଞ୍ଚାୟତର ରୂପରେଖ ବଦଳାଇ ଚାଲିଛନ୍ତି । ପ୍ରୋଜେକ୍ଟ ଡାଇରେକ୍ଟର କୃତିବାସ ରାଉତ ପ୍ରାରମ୍ଭେ ପଞ୍ଚାୟତର ଲୁହୁରାକୋଟରୁ ନୂଆପଡା ରାସ୍ତାକୁ ଅନୁଧ୍ୟାନ କରି ୭ ଗୋଟି ନୂତନ କର୍ଲଭଟ ନିର୍ମାଣ ପାଇଁ ଆଦେଶ ଦେବାସହ ଜମି ଉନ୍ନତିକରଣ ପାଇଁ ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ । ଚଙ୍ଘରିଆ ଝାରକଟା କେନାଲ କାମ କେତେ ବାଟ ଅଗ୍ରସର ହୋଇଛି ତାହା ସମୀକ୍ଷା ପରେ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କୁ ତାଙ୍କ ପାଉଣା ସମ୍ପର୍କରେ ବୁଝିଥିଲେ । ପ୍ରଧାନମନ୍ତ୍ରୀ ଆବସ ଯୋଜନାର ହିତାଧିକାରୀଙ୍କ ସହ କିଛି ସମୟ ବାର୍ତ୍ତାଳାପ ମଧ୍ୟ କରିଥିଲେ । ମହାତ୍ମାଗାନ୍ଧି କର୍ମ ନିଯୁକ୍ତି ଯୋଜନା ର କାର୍ଯ୍ୟକ୍ରମର ସମୀକ୍ଷା ପରେ ଲୋକେ ଠିକ ଭାବେ କାମର ଉଚିତ ପାରିଶ୍ରମିକ ପାଉଛନ୍ତି କି ନାହିଁ ତାହା ଲୋକଙ୍କୁ ବୁଝିବା ପରେ ସନ୍ତୋଷଜନକ ଉତ୍ତର ପାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ବ୍ଲକର ସହକାରୀ ଯନ୍ତ୍ରୀ ସୁବ୍ରତ କୈଶ୍ୟପ,ଜେ.ଇ ରାଜ କୁମାର ସାହୁ,ଟି.ସି ବ୍ୟଦ୍ରୁଜ ବୈକୁଣ୍ଠ ପ୍ରମୁଖ ଉପସ୍ଥିତ ଥିଲେ ।