ପୌରାଧ୍ଯକ୍ଷ ସଂରକ୍ଷିତ ଚୁଡାନ୍ତ ତାଲିକା ପ୍ରକାଶିତ।

0 394

ବ୍ରହ୍ମପୁର,୩୧/୦୧(ପିପିଟି): ଆଗାମୀ ପୌର ନିର୍ବାଚନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ୧୦୭ ଏନ୍ଏସି ଓ ପୌରପରିଷଦ ସଂରକ୍ଷିତ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ପୋଲସରା ଏନ୍ଏସି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ କବିସୂର୍ଯ୍ୟନଗର,ବେଲଗୁଣ୍ଠା ଓ ଖଲ୍ଲିକୋଟ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଛତ୍ରପୁର, ଗଞ୍ଜାମ, ରମ୍ଭା, ଚିକିଟି ଓ ପୁରୁଷୋତ୍ତମପୁର ଏନ୍ଏସି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସେହିଭଳି ହିଞ୍ଜିଳିକାଟୁ ପୌରପରିଷଦ, ଗୋପାଳପୁର, ସୋରଡା, ଆସ୍କା, ବୁଗୁଡା,କୋଦଳା, ଭଞ୍ଜନଗର ଓ ଦିଗପହଣ୍ଡି ଏନ୍ଏସି ଅଣସଂରକ୍ଷିତ ରହିଛି।

Leave A Reply

Your email address will not be published.