ପୋଲସରା ୪୦ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ନିର୍ବାଚିତ।

0 244

ପୋଲସରା, ୦୧/୦୩(ପିପିଟି): ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ର ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି ଶେଷ ହେବା ପରେ ପୋଲସରା ବ୍ଳକ ରେ ଥିବା ଗଞ୍ଜାମ ଜିଲ୍ଲା ପରିଷଦର ୪୦ ନମ୍ବର ଜୋନରେ ମଧ୍ୟ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ଜଣାପଡିଛି । ଏହି ଜୋନରେ ବିଜେଡି ଦଳର ପ୍ରାର୍ଥୀ ବିକ୍ରମ କୁମାର ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ଦଳର କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଙ୍କୁ ୧୧୮୯୫ ଟି ଭୋଟ ବ୍ୟବଧାନ ରେ ପରାଜିତ କରିଛନ୍ତି। ବିକ୍ରମ ୧୭୫୬୭ ଖଣ୍ଡ ଭୋଟ ପାଇଥିବା ବେଳେ କୃଷ୍ଣଚନ୍ଦ୍ର ୫୬୭୨ ଟି ଭୋଟ ପାଇଛନ୍ତି। ପୋଲସରା ବ୍ଳକ ର ଅନ୍ୟ ଦୁଇ ଜିଲ୍ଲା ପରିଷଦ ଜୋନ ଅପେକ୍ଷା ଏହି ଜୋନରେ ଭୋଟ ବ୍ୟବଧାନ ଅଧିକ ବୋଲି ଜଣାପଡିଛି। ଏହି ଜୋନରେ କଂଗ୍ରେସ ପ୍ରାର୍ଥୀ ଥିବା ରୋହିତ ମହାପାତ୍ର ୪୩୬ ଟି , ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ଯଶୋଦା ଜାନୀ ୨୯୪ ଟି , ଆମ୍ ଆଦମୀ ପ୍ରାର୍ଥୀ ରଞ୍ଜନ ସ୍ୱାଇଁ ୨୨୪ ଟି ଏବଂ ସ୍ଵାଧୀନ ପ୍ରାର୍ଥୀ ସନ୍ତୋଷ ମଳିକ ୧୪୫ ଖଣ୍ଡ ଭୋଟ ପାଇଛନ୍ତି। ଏହି ଯୋନରେ ୧୫୨୪ ଖଣ୍ଡ ଭୋଟ ନାକଚ ହୋଇଥିବା ଜଣାପଡିଛି। ପୋଲସରା ବ୍ଳକର ଅନ୍ୟ ଦୁଇ ଯୋନ୍ ୩୮ ଓ ୩୯ ନମ୍ବର ଜୋନରେ ମଧ୍ୟ ବିଜେଡି ପ୍ରାର୍ଥୀ ମାନେ ନିର୍ବାଚିତ ହୋଇଛନ୍ତି। ୩୮ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଅଶୋକ କୁମାର ବିଷୋୟୀ ଏବଂ ୩୯ ନମ୍ବର ଜୋନରେ ଝୁନୁ ଦାସ ନିର୍ବାଚିତ ହୋଇଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.