ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ:ପ୍ରଥମ ଦିନ ରେ ପଡିଲାନି ଗୋଟିଏ ବି ପ୍ରାର୍ଥୀ ପତ୍ର।

0 254

ପୋଲସରା,୦୨/୦୩(ପିପିଟି): ରାଜ୍ୟ ନିର୍ବାଚନ କମିଶନ ଫେବୃଆରୀ ୨୮ ତାରିଖ ଦିନ ରାଜ୍ୟର ମହାନଗର ନିଗମ , ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜି ଠାରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହୋଇଛି। ତେବେ ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଜଣେ ହେଲେ ପ୍ରାର୍ଥୀ ପତ୍ର ଦାଖଲ କରିନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଚଳିତ ମାସ ୨୪ ତାରିଖ ଦିନ ପୋଳସରା ବିଜ୍ଞାପିତ ଅଞ୍ଚଳ ପାରିଷଦ ସକାଶେ ଭୋଟ ଗ୍ରହଣ କରାଯିବ। ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୮୭୮୭ ଜଣ ମତଦାତା ପାରିଷଦର ନଗରପାଳ ସମେତ ୧୯ ଜଣ କାଉନସିଲରଙ୍କୁ ନିର୍ବାଚିତ କରିବେ। ଆଜି ପ୍ରାର୍ଥୀ ପତ୍ର ଦାଖଲର ପ୍ରଥମ ଦିନରେ ଦୁଇ ଜଣ କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ପତ୍ର କାର୍ଯ୍ୟାଳୟରୁ ନେଇଥିଲେ ମଧ୍ୟ କେହି ହେଲେ ଦାଖଲ କରି ନାହାଁନ୍ତି ବୋଲି ତହସିଲଦାର ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ନାୟକ ଜଣାଇଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.