ପୋଲସରା ବିଜେପିର ସାଙ୍ଗଠନିକ ବୈଠକ ଏବଂ ମିଶ୍ରଣ ପର୍ବ,ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ।

0 248

ପୋଲସରା,୦୭/୧୧(ପିପିଟି): ପୋଲସରା ନିର୍ବାଚନ ମଣ୍ଡଳୀରେ ପୋଲସରା ବିଜେପିର ସାଙ୍ଗଠନିକ ଗୁରୁତ୍ୱପୁର୍ଣ୍ଣ ବୈଠକ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଘୁମୁସର ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମଟି ପୋଲସରା ବ୍ଲକ କଳମ୍ଵ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା । କୃଷିଫାର୍ମ ହାଉସ୍ ରେ ଆୟୋଜିତ କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ , ପୁର୍ବତନ ପୋଲସରା ବିଧାୟକ ନିରଞ୍ଜନ ପ୍ରଧାନ , ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା , ବରିଷ୍ଟ ନେତା ଦୁର୍ଯ୍ୟଧନ ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କ ଶାସନ କାଳ ମଧ୍ୟରେ ପୋଲସରା ନିର୍ବାଚନ ମଣ୍ଡଳୀରେ ଯେଉଁଭଳି ଭାବେ ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଅନିୟମିତତା ଓ ଭ୍ରଷ୍ଟାଚାର ଚାଲିଛି ତାହା ଉପରେ ତୀବ୍ର ଭର୍ଚ୍ଚନା କରିବା ସହ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ପୁର୍ବତନ ସରପଞ୍ଚ କାଶୀନାଥ ସାହୁ , ଯୁବନେତା ଅଶୋକ କୁମାର ପ୍ରଧାନ ପ୍ରମୁଖ ନିଜ ନିଜର ଦଳର ଆଭିମୁଖ୍ୟ ଉପରେ ମତ ପ୍ରକାଶ କରିଥିଲେ ଏବଂ ଆଗାମୀ ତ୍ରିସ୍ତରୀୟ ତାପରେ ହେବାକୁ ଥିବା ପୌର ନିର୍ବାଚନରେ ପୋଲସରା ଏବଂ ବୁଗୁଡ଼ା ଉଭୟ ଅଞ୍ଚଳରେ ଦଳକୁ ବିପୁଳ ଭାବେ ବିଜୟୀ କରିବା ସହ କିଭଳି ଭାବେ ବ୍ଲକ ଅଧ୍ୟକ୍ଷ ପଦଟିକୁ ଦଳ ହାସଲ କରିପାରିବ ସେଥିପାଇଁ ତୃଣମୂଳ ସ୍ତରରୁ ଶୀର୍ଷ ସ୍ତର ପର୍ଯ୍ୟନ୍ତ ଦଳୀୟ କର୍ମୀ ଏବଂ ନେତୃବୃନ୍ଦ ମାନେ ସବୁ ପ୍ରକାର ଭେଦଭାବକୁ ଭୁଲାଇ ଏକବଦ୍ଧ ଭାବେ କାନ୍ଧକୁ କନ୍ଧ ମିଳାଇ ଅକ୍ଲାନ୍ତ ପରିଶ୍ରମ କରିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଦିବଙ୍ଗତ ଦଳୀୟ ସମର୍ଥକ ପୂର୍ବତନ ପୋଲସରା ବ୍ଲକ୍ ଅଧ୍ୟକ୍ଷ ତଥା ଆଇନଜୀବୀ ପ୍ରଦୀପ କୁମାର ସାହୁଙ୍କ ନିଧନରେ ତାଙ୍କର ଅମର ଆତ୍ମାର ସଦଗତି କାମନା ସ୍ୱରୂପ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସବୁଠାରୁ ଉଲ୍ଲେଖନୀୟ ଘଟଣା କ୍ରମେ ଉକ୍ତ କାର୍ଯ୍ୟକ୍ରମରେ କଳମ୍ବ ପଞ୍ଚାୟତର ବଳରାମ ପ୍ରଧାନ , ବାଳକୃଷ୍ଣ ସାହୁ , କାଳୁ ଚରଣ ପ୍ରଧାନ , ଭବିଷ୍ୟତ ପ୍ରଧାନ , ମିଥୁନ ସାହୁ , ସିମାଞ୍ଚଳ ସାହୁ , ରବୀନ୍ଦ୍ର ପ୍ରଧାନ ( ତୋଫାନ ) , ଭୀକାରି ପ୍ରଧାନ ଓ ରଙ୍କନୀଧି ସାହୁ ପ୍ରମୁଖ ବିଜେଡ଼ି ସମର୍ଥକ ମାନେ ଦଳ ତ୍ୟାଗ କରି ବିଜେପିରେ ସ୍ଵତନ୍ତ୍ର ଭାବେ ମିଶିଥିଲେ । ସେମାନଙ୍କୁ ଦଳ ତରଫରୁ ଦଳୀୟ ଟୋପି ପରିଧାନ ପୂର୍ବକ ସ୍ୱାଗତ କରାଯିବା ସହ ମାଲ୍ୟର୍ପଣ ଏବଂ ଉପଢ଼ୌକନରେ ସମ୍ଵର୍ଦ୍ଧନା ଦିଆଯାଇଥିବା ବେଳେ କଳମ୍ଵ ପଞ୍ଚାୟତରେ ଶତାଧିକ ସଂଖ୍ୟାରେ ବିଜେଡ଼ି ସମର୍ଥକମାନେ ଦଳ ତ୍ୟାଗ କରି ବିଜେପିରେ ଆଗାମୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ଦଳ ତରଫରୁ ଘୋଷଣା କରାଯାଇଥିଲା । ଏଥିସହ ବର୍ତ୍ତମାନ ମିଶିଥିବା ଏବଂ ଆଗକୁ ମିଶିବାକୁ ଥିବା କଳମ୍ଵ ପଞ୍ଚାୟତ ବାସୀଙ୍କ ଅକୁଣ୍ଠ ସମର୍ଥନରେ ପୋଲସରାରେ ବିଜେପି ଦଳ ଅଧିକରୁ ଅଧିକ ସୁଦୃଢ଼ ହେବ ବୋଲି ଉପସଭାପତି ପ୍ରଭାକର ପଣ୍ଡା ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଜିତ୍ କୁମାର ସାହୁ , ରାଜେନ୍ଦ୍ର ପ୍ରସାଦ ପାତ୍ର , ପବିତ୍ର କୁମାର  ସ୍ବାଇଁ , କୃଷ୍ଣ ଚରଣ ପଟ୍ଟନାୟକ , ଲଡୁ କିଶୋର ସାହୁ , ପୂର୍ଣ୍ଣ ଚନ୍ଦ୍ର ଖଟୁଆ , ସନ୍ତୋଷ କୁମାର ମାଝୀଙ୍କ ସମେତ ପ୍ରାୟ ଚାରିଶହରୁ ଉର୍ଦ୍ଧ୍ବ କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ଥିଲେ । ଶେଷରେ ବୈଠକରେ ଉପସ୍ଥିତ ରହି ଅକୁଣ୍ଠ ଚିତରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ପ୍ରଭାକର ପଣ୍ଡା ଆନ୍ତରିକ ଧନ୍ୟବାଦ୍ ଜଣାଇଥିଲେ ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.