ଭଞ୍ଜନଗର,୨୦/୦୮(ପିପିଟି); ତାରସିଙ୍ଗି ଥାନା ଅନ୍ତର୍ଗତ ଲେମ୍ଭେଇ ପଞ୍ଚାୟତ ଟାଙ୍ଗଣ ଗ୍ରାମରେ ଥିବା ଏକ ପୋଖରୀରେ ଏକ ମୃତ ଦେହ ପାଣିରେ ଭାସୁଥିବା ସ୍ଥାନୀୟ ଜନସାଧାରଣ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରୁ ଶବ ଉଦ୍ଧାର କରିବା ପରେ ତାହା ସେହି ଗ୍ରାମର ଲୋଚନ ପ୍ରଧାନ (୫୦)ଙ୍କର ବୋଲି ଜଣାପଡ଼ିଥିଲା। ଲୋଚନ ଗତ ୧୮ତାରିଖ ଦିନ ଜମିରେ କାମ କରିବା ପରେ ତିନି ଛକିଆ ଆଡ଼େ ବୁଲିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆଜି ତାଙ୍କର ମୃତଦେହ ପୋଖରୀରୁ ଉଦ୍ଧାର ହେବାପରେ ମୃତ୍ୟୁର କାରଣ ଜଣାପଡି ନାହିଁ। ତାରସିଙ୍ଗି ପୋଲିସ ଏସମ୍ପର୍କରେ ୧୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ ପଠେଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )