ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ଯା ।

0 318

ମାଲକାନଗିରି,୧୪/୧୨(ପିପିଟି): କିଛି ଦିନର ନିରବତା ପରେ ପୁନଶ୍ଚ ମାଓବଦୀମାନେ ଘଟାଇଲେ ଏକ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳା କାଟି ହତ୍ୟା କଲା ଲାଲବାହିନୀ । ମାଲକାନିଗିରି ସୀମାନ୍ତ ଛିତଶଗଡ଼ ସୁକୁମା ଜିଲ୍ଲାର ଏରାବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଘରୁ ଡାକି ନେଇ ହତ୍ୟା କଲେ ମାଓବାଦୀ । ମୃତକଙ୍କ ନାଁ ଦାରେ ନବୀନ । ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଦାରେ ନବୀନଙ୍କୁ ଘରୁ ଡାକି ନେଇ ଗାଁର ଶେଷ ମୁଣ୍ଡରେ ହତ୍ୟା କରିଥିଲେ ।ମାଓବାଦୀମାନେ ମୃତ ଶବ ନିକଟରେ ଏକ ହାତ ଲେଖା ଚିଠି ମଧ୍ୟ ଛାଡିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ଦାରେ ନବୀନ ଅନେକ ସମୟରେ ପୋଲିସ ପାଇଁ ଇନଫରମର ଭାବେ କାର୍ଯ୍ଯ କରି ଆସୁଥିଲା । ଜଙ୍ଗଲ ନଷ୍ଟ କରିବା ଓ ବେଆଇନ ଭାବେ ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା କାମରେ ଲିପ୍ତ ରହିଥିଲେ । ଏସବୁ କାରଣ ପାଇଁ ତାଙ୍କୁ ମାଓବାଦୀମାନେ ମୃତ୍ୟୁଦଣ୍ଡ ଦେଇଥିବା ଚିଠିରେ ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା କୁହାଯାଇଛି । ଏ ସଂପର୍କରେ ଅଧିକ ତଦନ୍ତ ଚାଲିଥିବା ସୁକୁମା ଏସପି ସୁନିଲ ଶର୍ମା ସୂଚନା ଦେଇଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.