ମାଲକାନଗିରି,୦୯/୧୦(ପିପିଟି):ଆଜି ଖେଳିବାକୁ ଯାଇ ଦୁଇଟି ଝିଅ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ, ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ପଞ୍ଚାୟତର ମଙ୍ଗଗ୍ରାମର ଅମ ପଡ଼ିଆମୀଙ୍କ ଦୁଇଟି ଝିଅ ରାଜେଶ୍ୱରୀ ପଡ଼ିଆମୀ ( ୬) ଓ ଶିବାନୀ ପଡ଼ିଆମୀ (୩) ଖେଳିବାକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ପୋଖରୀକୁ ଯାଇ ଖେଳୁଥିବା ବେଳେ ଜଣ ଝିଅ ପାଖରୀରେ ବୁଡି ମୃତ୍ୟୁ ବରଣ କରିଥିଲେ । ଏ ସଂପର୍କରେ ମାଲକାନଗିରି ଥାନରେ ଏତଲା ଦିଆ ଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛେଦ ପାଇଁ ଦୁଇଟି ମୃତ୍ୟୁ ଶରୀରକୁୁ ଅଣାଯାଇଛି । ଏହି ଦୁଃଖଦ ଘଟଣା ଏହି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ଦେଖା ଦେଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post
ଖେଳ ସାଜିଲା କାଳ, ୧୨ ବର୍ଷର ପୁଅ ଅନ୍ଧ ହୋଇ ଘର କଣେ , ଚିକିତ୍ସା ପାଇଁ ଅର୍ଥ ନାହିଁ, ଚିନ୍ତାରେ ପରିବାର ।
Next Post