ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକର ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ଓଡ଼ିଶା ବନ୍ଦ ସଫଳ କରାଇବାକୁ ଆହ୍ୱାନ-ଫରୱାର୍ଡ଼ ବ୍ଲକ ।

0 350

ଭୁବନେଶ୍ୱର,ତା.୧୪/୦୭(ପିପିଟି); ପେଟ୍ରୋଲ , ଡ଼ିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଅହେତୁକ ଦରବୃଦ୍ଧି ଫଳରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । ଏହାର ପ୍ରତିବାଦରେ ଓ ଦରବୃଦ୍ଧିର ତୁରନ୍ତ ପ୍ରତ୍ୟାହାର ଦାବୀରେ ସି.ପି.ଆଇ., ସି.ପି.ଏମ୍., ସି.ପି.ଆଇ.(ଏମ୍.ଏଲ୍) ଲିବରେଶନ୍ ଓ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ଫକ୍ଷରୁ ଆସନ୍ତାକାଲି ଜୁଲାଇ ୧୫ ତାରିଖରେ ଓଡ଼ିଶା ବନ୍ଦର ଡ଼ାକରା ଦିଆଯାଇଛି । ସାରା ଓଡିଶାରେ ଏହି ବନ୍ଦ ଡ଼ାକରାକୁ ସର୍ବାଙ୍ଗ ଭାବରେ ସଫଳ କରି ଜନଗଣଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ଦରବୃଦ୍ଧି ପ୍ରତ୍ୟାହାର କରିନେବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଜାରି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଆହ୍ୱାନ ଦିଆଯାଇଛି । ଫରୱାର୍ଡ଼ ବ୍ଲକ ବିଭିନ୍ନ ଛାମୁଆ ସଙ୍ଗଠନର ସାଥିମାନେ କୋଭିଡ଼୍-୧୯ ଗାଇଡ଼୍ ଲାଇନ୍କୁ ମାନି ଏହି ବନ୍ଦରେ ସାମିଲ ହୋଇ ଏହାକୁ ସାରା ଓଡ଼ିଶାରେ ସଫଳ କରିବା ପାଇଁ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ଆହ୍ୱାନ କରିଛନ୍ତି । ବିଗତ ବର୍ଷେ ମଧ୍ୟରେ ପେଟ୍ରୋଲ ଓ ଡିଜେଲ୍ର ଦର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଥର ବୃଦ୍ଧି ପାଇଛି । ବିଗତ ଏକ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପ୍ରତି ୨୬୦ଟଙ୍କା ବୃଦ୍ଧି ପାଇଲାଣି । ଏହାର ପରିଣାମ ସ୍ୱରୂପ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକର ଦର ଆକାଶଛୁଆଁ ହୋଇଛି । ଅନ୍ୟପଟରେ ଦେଶର ଅର୍ଥନୀତି ମୋଦି ସରକାରଙ୍କ ଅମଳରେ ରସାତଳଗାମୀ ହେବାରେଲାଗିଛି । ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କରେ ଗଚ୍ଛିତ ଟଙ୍କାକୁ ସରକାର ଉଠାଇ ଆଣି ବିତିୟ ନିଅଂଟ ଭରଣା କରିବାରେ ବ୍ୟସ୍ତ । ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ କମି କମି ଚାଲିଥିବା ବେଳେ ଆମ ଦେଶରେ ଲଗାମ ହୀନ ଭାବରେ ତୈଳଦର ବୃଦ୍ଧି କରି ଜନଗଣଙ୍କୁ ଶୋଷଣ କରାଯାଉଛି ବୋଲି ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଅଭିଯୋଗ କରାଯିବା ସହ ଜନଗଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଦରବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିନେବା ନିମନ୍ତେ ଦଳ ପକ୍ଷରୁ ଦାବି କରାଯାଇଛି । ଆସନ୍ତା କାଲିର ଓଡ଼ିଶା ବନ୍ଦକୁ ସମର୍ଥନ ଜରାଇ ସର୍ବାଙ୍ଗ ଭାବେ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.