ପୂର୍ବ ଶତ୍ରୁତାକୁ ନେଇ ଶେରଗଡ଼ ବଜାରରେ ଆକ୍ରମଣ ,ଦୁଇଜଣ ଆହତ।

0 481

ଶେରଗଡ,୦୮/୧୧(ପିପିଟି):ଅଣ୍ଡରାସିଂ ଗ୍ରାମର ହିଂସା ଶେରଗତ ବାଇପାସ ସ୍ଥିତ ପଟଖଣ୍ଡା ହୋଟଲେ ଆଗରେ ଘଟିଛି ଏଥିରେ ଦୁଇଜଣ ପରସ୍ପରକୁ ଛୁରୀରେ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି ।ଆହତ ମାନେ ହେଲେ ଗୋଟିଏ ପଟରେ ସୁଶାନ୍ତ ସାମଲ ଅନ୍ୟ ପଟରେ ଅନୁ ନାୟକ ଗୁରୁତର ଭାବେ ଆହତ ହୋଇଛନ୍ତି । ଭୟଙ୍କ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଶେରଗଡ଼ ଡାକ୍ତରଖାନା ପରେ ବ୍ରହ୍ମପୁର ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରଣ କରାଯାଇଛି । ଶେରଗଡ ଥାନା ଅଧିକାରିଣୀ ମମତା କୁମାରୀ ସାମନ୍ତରାୟ ସଦଳବଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଘଟଣାରୁ ପ୍ରକାଶ ଯେ ଆଜି ମଧ୍ୟହ୍ନରେ ସୁଶାନ୍ତ ସାମଲର ପୁଅ ସମୀର ସାମଲ ଗୋପଳପୁର ଯାଉଥିଲେ ଏପଟେ ଅନୁମାନ ଫିଟୁ ନାୟକ, ମିଥୁନ ନାୟକ,ଜଗା ହାତ୍ମାକ ମଧ୍ୟ ଗୋପାଳପୁର ଯାଇଥିଲେ ସୁଶାନ୍ତ କହିବା ଅନୁଯାୟୀ ମୋର ପୁଅ ସମୀରକୁ ଏମାନେ ହାତରେ ମୁଥ ମୁଥ ମାରି ଗ୍ରାମକୁ ପଳାଇଆସିଥିଲେ ମୁଁ ଥାନାରେ କେଶ ଦେବା ପାଇଁ ଆସୁଥିବା ବେଳେ ପାଟଖଣ୍ଡା ହୋଟଲ୍ ଆଗରେ ଅନୁ ନାୟକ ଥିଲେ
ସୁଶାନ୍ତ ସାମଲ ଶେରଗଡ ଥାନାରେ ଏତଲା ଦେବାକୁ ଆସୁଥିବା ବେଳେ ଉଭୟ ପକ୍ଷରୁ କଥା କଟାକଟି ଓ ପରେ ଛୁରୀରେ
ଆକ୍ରମଣ କରିଥିଲେ ଉକ୍ତ ଆକ୍ରମଣରେ ଗୋଟିଏ ପଟରେ ସୁଶାନ୍ତ ସାମଲ ଓ ଅନ୍ୟପଟରେ ଅନୁ ନାୟକ ଗୁରୁତର
ଭାବେ ଆହାତ ହୋଇଥିଲା ଶେରଗଡ ଡାକ୍ତରଖାନାକୁ ଭୟଙ୍କୁ ଅଣାଯାଇଥିବା ବେଳେ କିଛି ସମୟ ଘଟଣା ସ୍ଥଳରେ ଆସିକ ପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଉଭୟ ପକ୍ଷରୁ ଶେରଗଡ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଥାନା କେସନ ୨୪୩/୨୪୪ ଓ /୭/୨୦୨୧ ପ୍ରକାରେ ମାମଲା ରୁଜୁ କରି ଦୁଇ ପକ୍ଷରୁ କିଛି ଯୁବକଙ୍କୁ ପଚରା ଉଚାର ଜାରି ରହିଛି।
(ରିପୋର୍ଟ – ଭିକୁ ନାୟକ ।)

Leave A Reply

Your email address will not be published.