ପୂର୍ବତନ ମନ୍ତ୍ରୀଙ୍କ ପଞ୍ଚାୟତରେ ପାନୀୟ ଜଳର ସମସ୍ୟା, ଅଭିଯୋଗ ଆଣିଲେ ପଞ୍ଚାୟତବାସୀ।

0 148

ପୋଲସରା, ୧୩/୦୮(ପିପିଟି) : ପୂର୍ବତନ ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଗ୍ରାମପଞ୍ଚାୟତରେ ଦିର୍ଘ ଦିନ ଧରି ପାନୀୟଜଳ ଯୋଗାଣ ସମସ୍ୟା ରହିଥିଲେ ସୁଧା ତାହା ସମାଧାନ ହୋଇ ପାରୁନଥିବାରୁ ଆଜି ପଞ୍ଚାୟତବାସୀଙ୍କ ପକ୍ଷରୁ କିଛି ଲୋକ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀ ଓ ତହସିଲଦାର ରୁବୀ ବେହେରାଙେ ଭେଟି ଲିଖିତ ଅଭିଯୋଗ ପତ୍ର ଦେବା ସହିତ ପାନୀୟ ଜଳ ଯୋଗାଣରେ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସୂଚନା ମୁତାବକ ଆଜି ସକାଳ ସମୟରେ ପୋଲସରା ବ୍ଲକ୍ ଅନ୍ତର୍ଗତ ପୂର୍ବତନ ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ହାତୀଓଟ ଗ୍ରାମପଞ୍ଚାୟତରେ ପ୍ରାୟତଃ ସମସ୍ତ ଗ୍ରାମରେ ଦିର୍ଘ ଦିନ ଧରି ପାନୀୟଜଳର ସମସ୍ୟା ରହିଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି ସମସ୍ୟାର ସମାଧାନ ନହେବାରୁ ହାତୀଓଟ ଗ୍ରାମର ସମାଜସେବୀ ମୃତ୍ୟୁଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଦୀପ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ହୃଷୀକେଶ ସାହୁ,ଶିବ ଶଙ୍କର ଡାକୁଆ,କାହ୍ନୁ ନାୟକ, ଟୁନା ପ୍ରଧାନ, ଆଶିଷ କୁମାର ସାହୁ,ଅଧିର ସାହୁ,ଟୁନା ପଟ୍ଟନାୟକ, ପ୍ରଫୁଲ୍ଲ ରାଉତ, ନିରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟ ଯୁବକମାନେ ପହଞ୍ଚି ଅଭିଯୋଗ କରିଥିଲେ। ପାନୀୟ ଜଳ ଏକ ସପ୍ତାହ ଅନ୍ତରରେ ଥରେ ଆସିବା,ଜଳ ଭୀଷଣ ପ୍ରଦୂଷିତ, ଅପମିଶ୍ରିତ ଓ ରଙ୍ଗ ଗୋଳିଆ,ପାଣିରେ କୁଟା,ପୋକ,ଜୋକ ସହ ପଶୁପକ୍ଷୀଙ୍କ ମଳ ଆସିଥାଏ। ଯାହାଦ୍ବାରା ଜ୍ଵର, ଜଣ୍ଡିସ ଝାଡ଼ା ଭଳି ବିଭିନ୍ନ ରୋଗରେ ଜନସାଧାରଣ ପିଡିତ ହୁଅନ୍ତି।ଏବଂ ପାନୀୟଜଳ ଯୋଗାଣ ଓ ମରାମତି ତଥା ବିଶୁଦ୍ଧ ଜଳଯୋଗାଣ ପାଇଁ ଆସୁଥିବା ଅର୍ଥ ଆଦୈ ବିନିଯୋଗ ହେଉନଥିବାରୁ ଏହି ପରି ଦୂରାବସ୍ତା ଘଟିଥିବା ଅଭିଯୋଗ ପତ୍ର ସହିତ ପଞ୍ଚାୟତବାସୀ କହିଛନ୍ତି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜାନୀ ପଞ୍ଚାୟତବାସୀଙ୍କ ସହିତ ଆଲୋଚନା ପରେ ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ ଓ ଯନ୍ତ୍ରୀଙ୍କୁ ଡ଼କାଇ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ଥିଲେ। ସମସ୍ୟାକୁ ହୃଦୟଙ୍ଗମ କରି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ତ୍ରିପାଠୀ ଅତି ଶୀଘ୍ର ଅର୍ଥାତ୍ ଆସନ୍ତା କାଲି ଠାରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ହାତୀଓଟ ଗ୍ରାମପଞ୍ଚାୟତର ବାଲିକଣା ନାଳରେ ଚାଷ ଜମିକୁ ସଠିକ ରୂପେ ଜଳଯୋଗାଣ ନହେବାରୁ ଉପର ମୁଣ୍ଡରେ ଜଳର ଅଭାବ ଓ ତଳ ମୁଣ୍ଡରେ ମାତ୍ରାଧିକ ଜଳ ଯୋଗୁଁ ଚାଷୀମାନଙ୍କ ଚାଷ କାର୍ଯ୍ୟରେ ସମସ୍ୟା କୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ।ଏହାର ଏକ ନକଲ ଗଞ୍ଜାମ ଜିଲ୍ଲାପାଳ ଛତ୍ରପୁର, ମାନ୍ୟବର ମତ୍ସ୍ୟ ଓ ପଶୁପାଳନ , ଏମ୍ ଏସ୍ ଏମ୍ ଇ ମନ୍ତ୍ରୀ ଭୁବନେଶ୍ବର ଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଇଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.