ମାଲକାନଗିରି,ତା:୩୧/୦୮(ପିପିଟି); ଆଜି ମାଲକାନଗିରି ସଦର ମହକୁମା ସ୍ଥିତ ପୂର୍ବତନ ଜିଲ୍ଲାପରିଷଦ ଅଧ୍ଯକ୍ଷ ଗଙ୍ଗାଧର ବୁରୁଦାଙ୍କ ବାସ ଭବନ ଠାରେଓଡିଶା ବିଧାନ ସଭାର ପୂର୍ବତନ ଉପ-ବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଧର୍ମପତ୍ନୀ ରତ୍ନମାଳା ନାୟକଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ଗଙ୍ଗାଧର ବୁରୁଦା ସଭାପତିତ୍ବ କରିଥିଲା ବେଳେ ବିଜେଡି ଉପଦେଷ୍ଟା ତଥା ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ସ୍ନତନ୍ତ୍ର ବିକାଶ ପରିଷଦ ଅଧ୍ଯକ୍ଷ ମାନସ ମାଡକାମୀ,ଦୁର୍ଗା ତ୍ରିପାଠୀ,ଲମ୍ବୋଦର ତୁରୁକ,ରବି ନାରାୟଣ ପାତ୍ର,ଶିଶିର କୁମାର ମହାପାତ୍ର,କେ ଦେଶୀରାଜୁ ଆଚାରୀ,ଭବାନୀ ଶଙ୍କର ମିଶ୍ର,ପ୍ରିତପାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ । ସ୍ବର୍ଗତା ଆତ୍ମର ସଦଗତି କାମନା କରି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ଉପ-ବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଧର୍ମ ପତ୍ନୀ ରତ୍ନାମାଳା ନାୟକ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ
ହେଉଥିବା ବେଳେ ଗତ ଅଗଷ୍ଟ ୩୦ ତାରଖ ୨ ଟା ୧୨ ମିନିଟରେ ଶେଷ ନିଶ୍ବାସ ତ୍ଯାଗ କରିଥିଲେ । ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁଦି ନାୟକଙ୍କ କନ୍ଯା ଥିଲେ ।୧୯୭୦ ମସିହାରେ ଆଦିବାସୀ ପରମ୍ପରା ଅନୁସାରେ ପ୍ରହଲ୍ଲାଦ ଦୋରା ବିବାହ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ଯତା ବିଏ ବିଇଡି । ସେ ଭୁବନେଶ୍ବର ସ୍ଥିତ ରମାଦେବୀ ମହିଳା ମହାବିଦ୍ଯାଳରେ ଶିକ୍ଷା ସମାପ୍ତ କରି ତଫସିଲଭୁକ୍ତ ଜାତି ଓ ଜନ ଜାତି ବିଭାଗରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ଯ ଆରମ୍ଭ କରିଥିଲେ । ସେ ଶିକ୍ଷୟିତ୍ରୀ ଜୀବନର ୪୦ ବର୍ଷ ପୂର୍ତ୍ତି ପରେ ଅର୍ଥାତ ୨୦୦୮ ମସିହାରେ ଅବସର ନେଇ ସମାଜ ସେବା ତଥା ଶିଶୁ ଓ ମହିଳା ଉତ୍ଥାନ ପାଇଁ କାର୍ଯ୍ଯ କରି ଆସୁଥିଲେ । ସେ ଜଣେ ଧର୍ମପରାୟଣ,ମିଷ୍ଠ ଭାଷୀ ଛାତ୍ରଛାତ୍ରୀଙ୍କୁ ସ୍ନେହ ଶ୍ରଦ୍ଧାରେ ବାନ୍ଧି ରଖିଥଲେ । ଶିକ୍ଷାକୁ ସେ ଜୀବନର ବ୍ରତ ଭାବରେ ପାଳନକରି ଆସୁଥିଲେ । ନିଜ ଶ୍ବଶୁର ଗ୍ରାମ ପାଙ୍ଗାମରେ ହାତୀରାମ ଗୁରୁ ବିଦ୍ଯା ମନ୍ଦିରର ସହ-ପ୍ରତିଷ୍ଠାତା ଥିଲେ ।ସେ ଆଜୀବନ ନିରାମିଷାସୀ ମହିଳାଥିଲେ । ଅହିଂସା ,ଶାନ୍ତିଥିଲା ତାଙ୍କ ଜୀବନର ବ୍ରତଥିଲା । ଭୁବନେଶ୍ବରର ସୂର୍ଯ୍ଯ ନଗର ସ୍ଥିତ ଶ୍ମଶାନ ଘାଟରେ ରତ୍ନମାଳା ନାୟକଙ୍କ ଶବ ସଂସ୍କାର କରାଯାଇଥିଲା । ବଡ ଝିଅ ଚିନ୍ମୟଦେବୀ ଓ ସାନପୁଅ ଚିନ୍ମୟ କୁମାର ଯୁଗ୍ମ ଭାବରେ ମୁଖାଗ୍ନି ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)