ପୁନର୍ଜୀବିତ ହେଲା ସ୍ବେଛାସେବୀ ସାମାଜିକ ସଂଗଠନ “ସମ୍ମାନ ” ସଂସ୍ଥା ।

0 253

ବ୍ରହ୍ମପୁର,୩୧/୧୦(ପିପିଟି) : ଗଂଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅଧିନସ୍ଥ ଟି ଗୋବିନ୍ଦପୁର ଠାରେ ୧୯୮୬ ମସିହାରୁ ପ୍ରତିଷ୍ଠା ହୋଇଥିବା ସମ୍ମାନ ସଂସ୍ଥା ପରିସରରେ ଦୁଇଦିନ ଧରି ସଂସ୍ଥାର ବିକାଶକୁ ନେଇ ଏକ ଚିନ୍ତନ ବୈଠକ ସାମାଜିକ କର୍ମୀ ଶୈଳେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାକୃତିକ ଚିକିତ୍ସକ କବିରାଜ ବୈଦ୍ୟଶ୍ରୀ ତଥା ଆଇନଜିବୀ ଗଜାନନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନ ସଂସ୍ଥା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ଏବଂ ଏହା ଜନସାଧାରଣଙ୍କ ସାହାଯ୍ୟ ସହଯୋଗରେ ନିର୍ମିତ ହୋଇଛି ଏବଂ ଏହାକୁ ବଜାୟ ରଖିବା ପାଇଁ ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ । ଦୀର୍ଘ ଦିନ ଧରି ସଂସ୍ଥାର ଦୁଇ ବରିଷ୍ଠ ସଦସ୍ୟ ଶୈଳେନ୍ଦ୍ର ପଟ୍ଟନାୟକ ଏବଂ ଲିଙ୍ଗରାଜ ପଣ୍ଡା ମଧ୍ୟରେ ଯେଉଁ ମନୋମାଳିନ୍ୟ ହୋଇଥିଲା ତାହାର ସମାଧାନ ସମ୍ମାନ ସଂସ୍ଥାର ଉପଦେଷ୍ଟା ଗଜାନନ ତ୍ରିପାଠୀଙ୍କ ଉପସ୍ଥିତରେ ହୋଇଥିଲା ।ପରିଶେଷରେ ସଂସ୍ଥାର ଉପଦେଷ୍ଟା ଗଜାନନ ତ୍ରିପାଠୀଙ୍କ ପ୍ରେରଣାରେ ସ୍ଥାନୀୟ ସମ୍ମାନ ସଂସ୍ଥା ପରିସରରେ ଆୟୁବିଜ୍ଞାନ ଆୟୁର୍ବେଦ ଚିକିତ୍ସା କେନ୍ଦ୍ର ଏବଂ ଆୟୁର୍ବେଦ ଔଷଧାଳୟ ସମତେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂସ୍ଥାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗ ଦେଇଥିଲେ ଆସନ୍ତା ଦିନରେ ଏହା ଅଧିକରୁ ଅଧିକ କ୍ରିୟାଶୀଳ ଯେପରି ହେବ ସେନେଇ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.