ହିଞ୍ଜିଳିକାଟୁ ୧୪/୦୭(ପିପିଟି); ଗଞ୍ଜାମ ଜିଲ୍ଲାର ହିଞ୍ଜିଳିବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ନିର୍ଭୟା କଢି ଏବଂ ମୋ ଗେଲ୍ହା ଝିଅ କମିଟି ସଭା “ପିଲା ପାଇଁ ଦିନଟିଏ “ଭାର୍ଚୁଆଲ ମୋଡରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମକୁ ବିଡ଼ିଓ ସୁବ୍ରତ କୁମାର ଜେନା ଅଧ୍ୟକ୍ଷତାରେ ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ବାବଧାନରେ ୨୧ ଟି ପଞ୍ଚାୟତ ଓ ପୌରାଞ୍ଚଳର ୨୧ଓ୍ବାର୍ଡର ସମସ୍ତ କମିଟି ବୃନ୍ଦ ଅଂଶଗ୍ରହଣ କରିଥିଲେ । ବ୍ଲକ ସ୍ତରୀୟ ବୈଠକରେ ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌରାଞ୍ଚଳ କାର୍ଯ୍ଯନିର୍ବାହୀ ଅଧିକାରୀ ଡ଼କ୍ଟର ମନୋରଞ୍ଜନ ସାହୁ, ସି.ଡ଼ବ୍ଲୁ.ସି ସଦସ୍ୟ ହରିହର ପାଢ଼ୀ ଓ ଅତିରିକ୍ତ ବିଡ଼ିଓ ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଶିଶୁ ମାନଙ୍କର ସୁରକ୍ଷା ଓ ବଞ୍ଚିବା ଅଧିକାର ପରି ବାଲ୍ଯ ବିବାହ, ଶିଶୁ ଚାଲଣକୁ ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶିଶୁ ହିଂସା, ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ବ୍ଲକ ଚେୟାରମ୍ୟାନ ଏନ. ରଘୁନାଥ ,ସମସ୍ତ ପଞ୍ଚାୟତ ସରପଞ୍ଚ ,ପଚାଁୟତ କାର୍ଯ୍ଯନିର୍ବାହୀ ଅଧିକାରୀ ସମସ୍ତ ସୁପରଭାଇଜର, କୁଳସମାଜ ମୁଖିଆ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଆଶା ଦିଦି, ସ୍କୁଲ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ଭାର୍ଚୁଆଲ ମୋଡର ସଭା କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। ତତ୍ ସହିତ ମୋ ଗେହ୍ଲା ଝିଅ ସନ୍ତାନଙ୍କ ମାଁକୁ ସମ୍ବୋଧିତ କରାଯାଇଥିଲା । କେବଳ ବାଲ୍ଯ ବିବାହ ଉପରେ ସଚେତନତା ସୃଷ୍ଟି କରିବା ସହ “ପିଲା ପାଇଁ ଦିନଟିଏ “ବାର୍ତ୍ତା ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ କମିଟି ସଦସ୍ୟ ମାନେ ଶିଶୁମାନଙ୍କ ପାଇଁ ଓ ବାଲ୍ଯ ବିବାହ ମୁକ୍ତ କରିବା ନିମନ୍ତେ ପଞ୍ଚାୟତରେ ଶପଥ ପାଠ କରିଥିଲେ । ପଞ୍ଚାୟତ ସ୍ତରୀୟ କମିଟି ମାନଙ୍କର ଏକ ଶପଥ ପାଠ କରଯାଇଥିଲା । ଚାନ୍ଦୁଲି, ମକରଝୋଳ, ପୋଚିଲିମା, ସିକିରି, ପୁଟିଆପଦର ପଞ୍ଚାୟତର ସମସ୍ତ ସଦସ୍ୟ ମାନେ ତାଙ୍କ ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମ କୋଭିଡ ନିୟମ ପାଳନ ପୂର୍ବକ କରଯାଇଥିଲା ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା)
Next Post