ପିପୁଲସ କଲେଜରେ ବିଶ୍ୱ ରେଡ଼କ୍ରସ ଦିବସ ।

0 211

ପୋଲସରା , ୦୮/୦୫(ପିପିଟି) : ବୁଗୁଡା ପିପୁଲସ କଲେଜର ଯୁବ ରେଡ଼ କ୍ରସ ପକ୍ଷରୁ ମଇ ୮ ତାରିଖ ଦିନ ବିଶ୍ୱ ରେଡ଼ କ୍ରସ ଦିବସ ପାଳନ ହୋଇଯାଇଛି। ବିଶ୍ୱ ରେଡ଼ କ୍ରସ ଦିବସ ଉପଲକ୍ଷେ ଆୟୋଜିତ ସଭାରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଯୋଗଦେଇଥିଲେ। ଯୁବ ରେଡ କ୍ରସ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଓ ଅଧ୍ୟାପିକା କ୍ରୀଷ୍ଣା କୁମାରୀ ବାର୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି ସଭାରେ ବିଶ୍ୱ ରେଡ଼ କ୍ରସ ଦିବସର ମହତ୍ତ୍ୱ, ମୌଳିକ ଆଦର୍ଶ ଓ ଆବଶ୍ୟକତା ବିଷୟରେ ଆଲୋଚନା ହୋଇଥିଲା। ରେଡ଼ କ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଜୀବନୀ ଓ ସେବା ବିଷୟରେ ବିଷଦ ଭାବେ ଆଲୋଚନା ହୋଇ ତାଙ୍କର ପଥ ଅନୁସରଣ କରିବାକୁ ଆହ୍ୱାନ ଦିଆଯାଇଥିଲା। ଅତିଥି ବୃନ୍ଦ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ବିଶ୍ବର ବିଭିନ୍ନ ସଙ୍କଟ, ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀ କାଳୀନ ସେବା ବିଷୟରେ ଅବଗତ କରିବା ସହ ସେହି ସମୟରେ ସ୍ୱେଚ୍ଛାସେବୀମାନଙ୍କ ଗୁରୁ ଦାୟିତ୍ୱ ରହିଥିବା ପ୍ରକାଶ କରିଥିଲେ। ଶେଷରେ ଯୁବ ରେଡ଼ କ୍ରସ ସ୍ୱେଚ୍ଛାସେବୀ ରୂପାଲି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.