ପିପିଟି ପକ୍ଷରୁ ଶେରଗଡ ଅଞ୍ଚଳରେ ମାସ୍କ ଓ ସାନିଟାଇଜର ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ।

0 549

ଶେରଗଡ,୧୩/୦୭(ପିପିଟି); କରୋନା ମହାମାରୀକୁ ନଜରରେ ରଖି ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଜାରୀ ରହିଛି। ଶେରଗଡ ବିଡିଓ ଶମ୍ଭୁନାଥ ନନ୍ଦିଙ୍କୁ ପିପିଟି ପକ୍ଷରୁ ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସପ୍ନେଶ୍ବର ପାଣିଗ୍ରାହୀ ଓ ଉମାଚରଣ ପଟ୍ଟନାୟକ ପ୍ରମୁଖ ସାକ୍ଷାତ କରି ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଥିଲା। ଶେରଗଡ ଆଇଆଇସି ମମତା କୁମାରୀ ସାମନ୍ତରାୟଙ୍କୁ ପିପିଟି ପକ୍ଷରୁ ସାକ୍ଷାତକରି ମାସ୍କ, ସାନିଟାଇଜର ଓ ଛତା ପ୍ରଦାନ କରାଯାଇଥିଲା। ଉପସ୍ଥିତ ସାମ୍ବାଦିକ ମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇ ସେମାନଙ୍କୁ ସାଥିରେ ନେଇ ଶେରଗଡ ଚାରିଛକ,ତାକରଡା ଛକ,ଧବଳପୁର ଛକ,ଧନନ୍ତର ଛକ ଓ ଗୋବିନ୍ଦପୁର ଛକରେ ମାସ୍କ ବଣ୍ଟନ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା। ସାମ୍ବାଦିକ ଭିକୁ ନାୟକ, ଚନ୍ଦନ କୁମାର ପାଢୀ,ବିଭୂ ପ୍ରସାଦ ଦାସ,ପ୍ରସାଦ ସାହୁ, ରାଜୀବ ପ୍ରଧାନ,ବିନୋରି ପ୍ରଧାନ, ରମେଶ ପ୍ରଧାନ, ରାମକୃଷ୍ଣ ପାଣି,ଅଖିଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସଚେତନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.