କବିସୂର୍ଯ୍ୟନଗର,୨୫/୦୭(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କରୋନା ମହାମାରୀକୁ ନଜରରେ ରଖି ସଚେତନ କାର୍ଯ୍ୟକ୍ରମ ଜାରି ରହିଛି ।କବିସୂର୍ଯ୍ୟନଗର ବ୍ଲକର ଗୁଡିଆଳି ପଞ୍ଚାୟତ, ବୁଢାମ୍ବ ଓ ଦେଓଗାଁ ଠାରେ ପିପିଟି ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାମ୍ବାଦିକ ସପ୍ନେଶ୍ବର ପାଣିଗ୍ରାହୀ, ସାମ୍ବାଦିକ ଉମାଚରଣ ପଟ୍ଟନାୟକ,ପିଣ୍ଟୁ ପ୍ରଧାନ,ଅଜୟ କୁମାର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।