ବୋଲଗଡ଼,୨୦/୦୭(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତ ର ଜରିପଡା ଗ୍ରାମର ପ୍ରଧାନ ସାହିରେ ଥିବା ନଳକୂପଟି ରୁ ବହୁ ମାତ୍ରାରେ ଜଙ୍କ ମିଶ୍ରିତ ପାଣିବାହାରୁ ଥିଲା। ପ୍ରାୟ ଦଶରୁ ବାରଟି ପରିବାର ଏହି ନଳକୂପ ଉପରେ ନିର୍ଭରକରି ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ। କିନ୍ତୁ ଗତ ତା-୦୮/୦୭ ପିପିଟି ନ୍ୟୁଜ୍ ରେ ଖବର ପ୍ରସାରଣ ପରେ ତୁରନ୍ତ ନଳକୂପ ଟିରସମ୍ପୁର୍ଣ୍ଣ ମରାମତି ହେବା ଫଳରେ ସାହିର ବାସିନ୍ଦା ମାନେ ବ୍ୟବହାର କରିବାପାଇଁ ପାନୀୟ ଜଳର ସୁବିଧା ହୋଇ ପାରିଛି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)