ପିତ୍ତଳ ଉପ ଡାକଘରେ ଅବ୍ଯବସ୍ଥା, ସାଧାରଣ ଲୋକ ସେବାରୁ ବଞ୍ଚିତ ।

0 1,214

ଶେରଗଡ,୨୩/୦୯(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତ୍ତଳ ଉପ ଡାକ ଘରେ ଏକ ବର୍ଷ ହେଲା ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହୋଉଛନ୍ତି ସାଧାରଣ ଲୋକେ ।ଲୋକଙ୍କ ଅଭିଯୋଗ ମୁତାବକ ଏକ ବର୍ଷ ହେଲା ଲିଙ୍କ ନାହିଁ । ସାଧାରଣ ଲୋକ ଟଙ୍କା ଜମା କରିବା ହୋଉ ବା ଜମା ଟଙ୍କା ଉଠାଣା ହେଉ ନାହିଁ । ଲିଙ୍କ ନାହିଁ କିଛି କାମ ହେବ ନି କହୁଛନ୍ତି ପୋଷ୍ଟ ମାଷ୍ଟର । ପୋଷ୍ଟ ମାଷ୍ଟର ଠିକ୍ ସମୟରେ ଉପସ୍ଥିତ ରହୁନଥିବା ନେଇ ଅଭିଯୋଗ କରିଛନ୍ତି ଲୋକେ । ଯେଉଁ ସମୟରେ ଉପସ୍ଥିତ ରୁହନ୍ତି ଲିଙ୍କ ନାହିଁ ଆମେ ଟଙ୍କା ଦେଇ ପାରିବୁ ନାହିଁ ମାଷ୍ଟରଙ୍କ ଜବାବ। ଆଇପିଓ ମଧ୍ୟ ମିଳୁନାହିଁ । ପିତ୍ତଳ ଉପଡାକ ଘର ଉପରେ ପ୍ରାୟ ୭ଟି ଡାକ ଘର ନରେନ୍ଦ୍ରପୁର, ରାମଚନ୍ଦ୍ରପୁର,ବ୍ରାହ୍ମଣ ଛାଇ, ପୋଡିଙ୍ଗି, ମହାଛାଇ ,ଟଙ୍କାଚାଇ, ତହଁରକୁ ନେଇ ପିତ୍ତଳ ଉପ ଡାକଘର ଥିବା ପ୍ରାୟ ୫୦ ଖଣ୍ଡ ଗ୍ରାମର ଲୋକ ନିର୍ଭର ଥିବାବେଳେ ପୋଷ୍ଟ ମାଷ୍ଟର ଚୁପ ବସିଛନ୍ତି ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଲୋକେ ଏପରି କାର୍ଯ୍ୟକୁ ନେଇ କ୍ଷୋବ ପ୍ରକାଶ କରିଛନ୍ତି । (ରିପୋର୍ଟ – ଭିକୁ ନାୟକ ।)

Leave A Reply

Your email address will not be published.