ପିକନିକ ସ୍ପଟର ସୌନ୍ଦର୍ଯ୍ୟ କରଣ  ବାଉଁଶ ପୋଲ ।

0 268

ମାଲକାନଗିରି,୨୮/୧୨(ପିପିଟି): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଗାଙ୍ଗରାଜ ଗୁମ୍ମା ନିକଟରେ ଏକ  ଝରଣା କୁଳୁ କୁଳୁ ନାଦରେ ପ୍ରବାହିତ ହୋଇ ଜନମନ ଆକର୍ଷିତ କରୁଥିବା ବେଳେ ଏହାକୁ ପିକନିକ ସ୍ପଟ ରୁପେ ସୌନ୍ଦଯ୍ଯକରଣ କରାଯାଇଛି । ମନରେଗା ଯୋଜନାରେ ଅର୍ଥ ବିଯୋଗ କରାଯାଇ ଥିବା ବେଳେ ବଡ଼ ବଡ଼ ପଥର ଦେହରେ  ବିଭିନ୍ନ ଚିତ୍ର ଅଙ୍କନ କରାଯାଇ ପର୍ଯ୍ଯଟକମାନଙ୍କ ମନକୁ ବିମୁଗ୍ଧ କିପରି କରାଯାଇ ହେବେ ସେଥି ପାଇଁ ଧ୍ଯାନ ଦିଆଯାଇଛି । ଏହା ସହ ଝରଣାର ଏ ପାର୍ଶ୍ବରୁ ଅନ୍ଯ ପାର୍ଶ୍ବକୁ ଯିବା ପାଇଁ  ଝରଣା ଉପରେ ବାଉଁଶ ଦ୍ୱାରା ପୋଲ ନିର୍ମାଣ କରାଯାଇଛି। ମାଥିଲି ବ୍ଲକ ଅଞ୍ଚଳର ଲୋକମାନେ ବିଗତ ବର୍ଷରେ ବଣ ଭୋଜି କରିବାକୁ ଯାଉଥିବା  ଉକ୍ତ ସ୍ଥାନଟି କଣ୍ଟା,ଲଟା, ବୁଦା ଆଛାଦିତ ହୋଇ ଦୁର୍ଗମ ପଥରେ ପରିଣତ ହୋଇ ଥିଲା । ବର୍ତ୍ତମାନ ପ୍ରକୃତିପ୍ରମୀଙ୍କ  ସୁବିଧା ପାଇଁ ରାସ୍ତା ନିର୍ମାଣ ସହ ସମସ୍ତ ପ୍ରକାର ସୁବିଧା କରାଯାଇଅଛି। ସ୍ଥାନୀୟ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଅଶୋକ ମହାରଣା ଜଣାଇଛନ୍ତି ପିଲାମାନଙ୍କ ପାଇଁ ଦୋଳି ଖସଡ଼ା, ବିଭିନ୍ନ ଖେଳନା ରଖା ଯିବା ସହ ଆସନ୍ତା ୬ ମାସ ମଧ୍ୟରେ ଲୁହା ପୋଲ ନିର୍ମାଣ କରାଯିବ । ଆଗାମୀ ନୂତନ ବର୍ଷ ପାଇଁ ଏହି ସ୍ଥାନଟି ଭଲ ପିକନିକ ସ୍ପଟ ଭାବେ ଜନସାଧାରଣରେ ଆଦ୍ରୁତ ଲାଭ କରିବ ବୋଲି ଜଣାପଡିଛି ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.