ପାରିଶ୍ରମିକ ଟଙ୍କା ନ ପାଇବାରୁ ଠିକାଦାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ।

0 211

କନ୍ଧମାଳ,୦୬/୦୭(ପିପିଟି) : ଘରେ ଘରେ ବିଜୁଳି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏନ ଟି ପିସି ଦ୍ଵାରା ଫିଡ଼ିକୋ କମ୍ପାନୀ ମାଧ୍ୟମରେ ଠିକାଦାରଙ୍କୁ ନେଇ କାମ କଲେ ଏବଂ ଘର ଘରକୁ ବିଜୁଳି ପହଞ୍ଚାଇଲେ ହେଲେ କାମ କରିଥିବା ଠିକଦାର ଅପେକ୍ଷା କରି କରି ବକେୟା ପାଉଣା ଗଣ୍ଡାକ ପାଇଁ ପାରିଲେ ନାହିଁ । କେତେ ଆଉ ଅପେକ୍ଷା କରିଥାନ୍ତେ। ମାସେ କି ଦିମା ସ ନୁହେଁ ବର୍ଷ ବର୍ଷ ବିତି ଗଲାଣି।ହେଲେ କମ୍ପାନୀ କୌଣସି ପଦକ୍ଷପ ନେଉନାହିଁ । ଯାହାରି ଫଳରେ ବାଧ୍ୟ ହୋଇ ଏଭଳି ଅଭିଯୋଗ ଆଣିଛନ୍ତି ଫିଡକୋ ବିରୁଦ୍ଧରେ । କିଏ ଘରୁ ସୁନା ଅଳଙ୍କାର ବନ୍ଧା ପକାଇଛି ତ ଆଉକିଏ ବ୍ୟାଙ୍କରୁ ଲୋନ ଆଣି କାମ କରିଛି । ନିଜର ପାରିଶ୍ରମିକ ବକେୟା ଟଙ୍କା ନ ପାଇବାରୁ ବହୁ ଶ୍ରମିକ ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ସ୍କାରକ ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ,ଜିଲ୍ଲାର କିଛି ଠିକାଦାର ସହ ବହୁ ଶ୍ରମିକ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା କାର୍ଯ୍ୟ ନେଇ କରିଥିବା ଫିଡକୋରେ କାର୍ଯ୍ୟ କରିଥିଲେ। ହେଲେ କମ୍ପାନୀ କାର୍ଯ୍ୟରତ ଶ୍ରମିକମାନଙ୍କ ବକେୟା ପାଉଣା ନ ଦେଇ ଛୁ ମାରିଛି । ବକେୟା ପାଉଣା ମାଗିଲେ କମ୍ପାନୀରେ କାଯ୍ୟରତ କର୍ମଚାରୀ ଓଲଟା ଧମକ ଦେଉଛନ୍ତି ବୋଲି ଶୁଭକାନ୍ତ ପ୍ରଧାନ। ନୃସିଂହ ନନ୍ଦ, ବସନ୍ତ ପଣ୍ଡା, ମଦନପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି । କୋରୋନା ମହାମାରି ସମୟରେ ସେମାନେ କାମ ଧନ୍ଦା ଏତଟାନ ଥିବାରୁ ଦୁଃଖ କଷ୍ଟରେ ପରିବାର ଚଳାଉଥିବାବେଳେ କମ୍ପାନୀ କତୃପକ୍ଷ ବକେୟା ପାଉଣା ଗଣ୍ଡାକ ବି ହେଉନି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ସେମାନଙ୍କ ବକେୟା ପାଉଣା ମିଳିବାର ବ୍ୟବସ୍ଥା କରିଦେବା ପାଇଁ ପ୍ରଭାସ ସାହୁ, ବିରୁପାକ୍ଷ କହଁର, ପ୍ରମୋଦ ମଲିକ, ରଞ୍ଜିତ ମଲିକ, ଜିତେନ୍ଦ୍ର ଖଟୁଆ, ଶ୍ୟାମଘନ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.