ପାତାଳି ଶ୍ରୀକ୍ଷେତ୍ରରୁ ବାହାରିଲା ନୂଆଖାଇ ଲଗ୍ନ ।

0 219

ଉଲୁଣ୍ଡା,୦୨/୯(ପିପିଟି), ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମାଳାଇ ସ୍ଥିତ ଶ୍ରୀ ଶ୍ରୀ ପାତାଳୀ କ୍ଷେତ୍ର ର ପଟଳି ଜିଲ୍ଲାର ବରିଷ୍ଟ ପଣ୍ଡିତ ମଣ୍ଡଳୀଙ୍କ ଦ୍ଵାରା ପାତାଳୀ ମଣ୍ଡପ ଠାରେ ବରିଷ୍ଠ ପଣ୍ଡିତ ମଣ୍ଡଳୀ ମାନଙ୍କ ଦ୍ୱାରା ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି ।କୋଭିଡ କଟକଣାକୁ ମାନି ଉଲୁଣ୍ଡା ତହସିଲଦାର ପୂର୍ଣ୍ଣ ଚନ୍ଦ୍ର ନାଏକ ଓ ପର୍ଯ୍ୟଟନ ଅଧିକାରୀ ବିଜୟା ନନ୍ଦ ଦଳେଇ ଏବଂ ସହଦେବ ମେହେର ପ୍ରମୁଖ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିଟିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜ୍ଞା ମାଳ ପ୍ରାପ୍ତ କରି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ସକାଶେ ଭାଦ୍ରବ ଶୁକ୍ଳ ପକ୍ଷ ଋଷିି ପଞ୍ଚମୀ ଶନିବାର ତା ୧୧,୦୯ ,୨୦୨୧ ଦିନ ପୂର୍ବାହ୍ନ ଘ.୧୦ :୧୮ ମିନିଟ୍ ଗତେ ୧୦:୨୯ ମୀ ମଧ୍ୟେ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବଂସେ ଅମୃତ ସମୟେ ପଶ୍ଚିମ ଓଡ଼ିଶାର ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ । ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ଚାଲୁ ରହିବ ବୋଲି ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟର ପୂର୍ଣ୍ଣଚନ୍ଦ୍ର ପାଢ଼ୀ କହିଛନ୍ତି । ଏହି ଲଗ୍ନ କୁ ସର୍ବସମ୍ମୁଖରେ ପ୍ରଭୁଙ୍କ ପାଦତଳେ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ପଣ୍ଡିତ ଜୋତିବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି ,ଜୋତିର୍ବିଦ ଯୋଗେନ୍ଦ୍ର ହୋତା, ଜୋତିର୍ବିଦ ଗୁଣ ସାଗର ପଣ୍ଡା ,ଜୋତିର୍ବିଦ ଦେବାର୍ଚ୍ଚନ ଦାଶ, ଜୋତିବିଦ୍ୟା ଭୂଷଣ ରାମକଷ୍ଣ ପଣ୍ଡା, ଜୋତିର୍ବିଦ ମନୋ ରଂଜନ ପାଢ଼ୀ , ଚିତ୍ତ ରଂଜନ ପାଢ଼ୀ , ଭବାନୀ ଶଙ୍କର ପଣ୍ଡା, ପରମେଶ୍ୱର ମେଂଡ଼ିଲି, ନଳିନୀ କାନ୍ତ ବାଘ,ଜଗନ୍ନାଥ ହୋତା, କମଲ୍ ହୋତା , ଜଗଦୀଶ କର୍ଣ୍ଣ ,ଶିବ ମହାକୁର, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.