ପୋଲସରା, ୧୬/୦୫(ପିପିଟି) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡ଼ି ଗ୍ରାମରେ ଫୁଟିଲା ଗୁଳି । ଗୁଳି ମାଡ଼ରେ ଗ୍ରାମର ସନ୍ତୋଷ କୁମାର ପାତ୍ର ନାମକ ଜଣେ ଟିୟୁସନ ଶିକ୍ଷକ ଆହାତ ହୋଇଛନ୍ତି । ସନ୍ତୋଷ ନିଜ ବାରଣ୍ଡା ରେ ପିଲାମାନଙ୍କୁ ପଢ଼ାଉଥିବା ବେଳେ ଜଣେ ବ୍ୟକ୍ତି ମୁଖା ପିନ୍ଧି ଆସି ଘର ଆଗରେ ଗୁଳି ମାଡ଼ କରିଥିଲା । ଗୁଳି ମାଡ଼ରେ ସନ୍ତୋଷଙ୍କ ଦେହରେ ଓ ବାମ ହାତରେ ଆଘାତ ଲାଗିଛି । ଗୁଳିମାଡ଼ ପରେ ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଦେଶୀ ବନ୍ଧୁକରୁ ଗୁଳି ଫୁଟାଯାଇଥିବା ଅନୁମାନ କରାଯାଉଛି । ତେବେ କିଏ ଓ କାହିଁକି ଗୁଳି ମାଡ଼ କଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ସନ୍ତୋଷ କୁମାର ପାତ୍ର ଥାନାରେ ଅଭିଯୋଗ କରିବା ପରେ ବୁଗୁଡା ପୋଲିସ ଥାନା କେଶ ନଂ ୩୧୮/୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା