ପଦ୍ମପୁର,୧୮/୦୯(ପିପିଟି); ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଂଚୟତ ଅଧିନରେ ଯାଏ ଏକ ପଲ୍ଲିଗ୍ରାମ ପଲସାନୀ । ପଦ୍ମପୁର ତହସିଲ ଅଫିସକୁ ନିର୍ଭର କରିଥାନ୍ତି ଏଠାକାର ଲୋକେ । ଗତ କିଛିମାସତଳେ ଅଦିନିଆ ତୁହାକୁତୁହା ବର୍ଷା ହେବା ଫଳ ଯୁଧିଷ୍ଠିର ମଲ୍ଲିକ(୭୩) ଙ୍କ ମାଟି ଘରଟି ଏକାବେଳକେ ମାଟି ରେ ମିଶିଗଲା । ଯୁଧିଷ୍ଠିର ମଲ୍ଲିକ ସଂପୂର୍ଣ୍ଣ ଗରୀବ ଶ୍ରେଣୀ ହୋଇଥିବାରୁ ବି.ପି.ଏଲ୍ ସୀମା ରେଖାତଳେ ସରକାରୀ ପଂଜିକୃତ ମଧ୍ୟ ବହୁଦିନରୁ ହୋଇ ସାରିଛନ୍ତି । ମୁଣ୍ଡ ଗୁଂଜିବାକୁ ଆଶ୍ରିତ ମାଟିଘରଟି ମାଟି ରେ ମିଶିଯିବା ଫଳରେ ନିଜକୁ ମିଶାଇ ଚାରିପ୍ରାଣୀ କୁଟୁମ୍ବ ଆଜିପର୍ଯ୍ୟନ୍ତ ବାର ଦୁଆର ଶୁଣ୍ଢି ପିଣ୍ଢା ହୋଇ ଏଣେ ତେଣେ ଲୋକଙ୍କ ବାରଣ୍ଡାରେ ଦୁଃଖ କଷ୍ଟରେ ରହୁଛନ୍ତି । ଏ ସମ୍ପର୍କରେ ଏଠାକାର ଏକମାତ୍ର ୱାର୍ଡ ମେମ୍ବର ରମେଶ ପ୍ରଧାନ ଯୁଧିଷ୍ଠିର ମଲ୍ଲିକ ପାଖକୁ ଯାଇ ଏ ସମ୍ପର୍କରେ ତହସିଲଦାର ପଦ୍ମପୁରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେବାରୁ ଲକ ଡାଉନ ସମୟରେ ମଧ୍ୟ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବାକୁ ଧାଇଁ ଯାଇଥିଲେ । ହେଲେ କରୋନା ମାଡ କାହାକୁ ଫାଇଦା ଦେଉ ଅବା ନଦେଉ କେତେକ ଉଚ୍ଚପଦସ୍ଥ କର୍ମଚାରୀଙ୍କ ପାଇଁ ଏକ ପୌଷମାସ ରେ ପରିଣତ ହେଲାଭଳି ପଦ୍ମପୁର ତହସିଲଦାର ଶ୍ରୀ ମଲ୍ଲିକଙ୍କୁ କହିଥିଲେ ଦରଖାସ୍ତ ତୁ ସେଠି ଫୋପାଡି ଦିଅ ମୁଁ ତାକୁ ପରେ ଦେଖିବି ।ଏ କଥା ଅଭିଯୋଗକାରୀ ଜଣାଇଛନ୍ତି । ତଥାପି ଯୁଧିଷ୍ଠିର ହତୋତ୍ସାହ ନ ହୋଇ ଦୀର୍ଘ ସମୟ ଧରି ତହସିଲଦାରଙ୍କ କଥାକୁ ସମ୍ମାନ ଜଣାଇ ଅପେକ୍ଷା କଲେ ହେଲେ କୌଣସି ସୁଫଳ ଅଦ୍ୟାବଧି ମିଳି ପାରିଲାନାହିଁ । ସେ ଅପାଠୁଆ ହୋଇ ଥିବାରୁ ଡଷ୍ଟବିନ୍ କଣ ଜାଣିନାହାଁନ୍ତି । ତେଣୁ ତାଙ୍କ ଅଭିଯୋଗ ଫର୍ଦ ର ଦରଖାସ୍ତ ଟିକୁ ତହସିଲ କାର୍ଯ୍ୟାଳୟରେ ଥିବା ଡଷ୍ଟବିନ ବକ୍ସ ରେ ପକାଇଦେଇନାହାନ୍ତି ତ ବୋଲି ଏଠାକାର ଲୋକେ ସନ୍ଧେହ କରୁଛନ୍ତି । ରାଜ୍ୟସରକାର ତଥା କେନ୍ଦ୍ର ସରକାର ମିଳିତ କ୍ରମେ ଆମ ବ୍ଲକ ରେ ପ୍ରଚଳିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟିଏ ଏଭଳି ଅସହାୟ ଦିଗହରା ସର୍ବହରା ବ୍ୟକ୍ତିକୁ ମିଳିବାକଥା କିନ୍ତୁ ଏଇ ବ୍ଲକ ରେ ଜଣେ ଜଣେ ମଣିଷର ସବୁଥାଇମଧ୍ୟ ଦୁଇଦୁଇଟି ଆବାସ ହାତେଇ ନେବା ବିଭିନ୍ନ ସଂବାଦପତ୍ର ତଥା ଗଣ ମଧ୍ୟମ ରେ ଆଗରୁ ପ୍ରକାଶିତ ହୋଇସାରିଛି । ହେଲେ ଉପଯୁକ୍ତ ବି.ପି.ଏଲ ଧାରୀ ଙ୍କୁ ଚିହ୍ନଟକରୀ ଅସହାୟ ବ୍ୟକ୍ତିବିଶେଷ କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତଭୂକ୍ତ କରି ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବା ଜିଲ୍ଲାପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲଙ୍କ କର୍ତ୍ତବ୍ୟ ଅଟେ । ହେଲେ ଏଠି ସେଠି ସବୁଠି ଓଲଟାଗତିରେ ଚାଲିଛି ସରକାରୀ ଯୋଜନାର ରୂପରେଖ । ଏଣୁ ଯୁଧିଷ୍ଠିର ମଲ୍ଲିକଙ୍କ ଦୟନୀୟ ସମୟରେ ତାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ଯୁଧିଷ୍ଠିର ମଲ୍ଲିକ ଆବାସ ଗୃହ ପାଇବାରୁ ବଞ୍ଚିତ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)