ମାଲକାନଗିରି,ତା:୧୫/୦୯(ପିପିଟି): ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଠାରେ ଗତ ସୋମବାର ଦିନ ମଧ୍ଯାହ୍ନ ସମୟରେ ବରିଷ୍ଠ ସାମ୍ବାଦିକ ସୁଧାକର ଦାଶଙ୍କ ପର ଲୋକ ଘଟିଛି । ମୃତ୍ୟୁ ବେଳକୁ ୬୯ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେଲା
ମଧୁମେହ ଏବଂ ପକ୍ଷାଘାତ ରୋଗରେ ଆକ୍ରାନ୍ତଥିଲେ । ସୁଧାକରଦାଶ କେବଳ ଯେ ଜଣେ ସାମ୍ବାଦିକ ନଥିଲେ ସେ ଜଣେ ଓଡିଆ ଭାଷା ପ୍ରେମୀ ଏବଂ ଚାରଣ କବିଥିଲେ । ମୁହେଁ ମୁହେଁ କବିତା ବୋଲିବାର କଳାଥିଲା । ଯେ କୌଣସି ସ୍ଥାନରେ ଠିଆ ହୋଇ କବିତା ବୋଲିକୁ ଶ୍ରୋତାମାନଙ୍କୁ ବିମୁଗ୍ଧ କରି ପରୁଥିଲେ ।ତାଙ୍କ କବିତାରେ ଥିଲା ବର୍ତ୍ତମାନ ସମାଜରେ ଥିବା ଅପସଂସ୍କୃତିକୁ ବିଦ୍ରୁପ କରି ଜନ ସଚେତନତା କରିବା । ସେ ମାଲକାନଗିରି ଭଳି ଏକ ଆଦିବାସୀ ଅଞ୍ଚଳର ଓଡିଆ ଭାଷା ଏବଂ ସଂସ୍କୃତିର ସୁରକ୍ଷା ପାଇ ଜୀବନତମାମ ନିଜକୁ ଉତ୍ସର୍ଗ କରିବା । ଏଥି ପାଇଁ ସେ ନିଜ ଉଦ୍ଯମରେ ଓଡିଆ ଭାଷା ସଂସ୍କୃତି କଳା ଜାଗରଣ ଅନୁଷ୍ଠାନ ଗଠନ କରିଥିଲେ ।ଗଣ ଜାଗରଣ ପତ୍ରିକା ୧୯୯୦ ମସିହାରେ ବାହାର କରି ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚଳର ଟିକ୍ ନିକ୍ ସମ୍ବାଦକୁ ପ୍ରକାଶ କରୁଥିଲେ । ପ୍ରାୟ ୫ ବର୍ଷ ପ୍ରକାଶ ପାଇଲା ପରେ କୌଣସି କାରଣରୁ ବନ୍ଦ ହୋଇ ଯାଇଥିଲା । ସୁଧାକର ଦାଶ ୧୯୭୯ ମସିହାରେ ଏମ.ଭି-୭୯ ସ୍ଥିତ ପଟେରୁ ଜଳ ସେଚନ କାର୍ଯ୍ଯାଳୟରେ ଚାକରୀରେ ଯୋଗ ଦେଇ କିଛି ମାସ ପରେ ଚାକିରୀ ଛାଡି ସାମ୍ବାଦିକ ହେବା ପାଇଁ ମନ ବଳାଲେ । ୧୯୮୦ ମସିହାରେ ପ୍ରଥମେ ସେ “ପ୍ରଜାତନ୍ତ୍ର” ଖବର କାଗଜରୁ ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ । ପରେ “ସମାଜ” ଖବର କାଗଜରେ ସାମ୍ବାଦିକତା କରି ଶେଷ ନିଶ୍ବାସ ତ୍ଯାଗ କଲା ପର୍ଯ୍ଯନ୍ତ ସାମ୍ବାଦିକ ବୃତ୍ତିକୁ ଆପଣାଇ ଥିଲେ । ଜୀବନରେ କର୍ମବୀର ଗୌରୀ ଶଙ୍କର ରାୟଙ୍କୁ ନିଜର ଆଦର୍ଶ ଭାବେ ମାନୁଥିସେ । ଏଣୁ ତାଙ୍କ ଜୟନ୍ତୀକୁ ସେ ପ୍ରତି ବର୍ଷ ଜୁଲାଇ ୧୩ ତାରିଖରେ ପାଳନ କରି ଆସୁଥିଲେ । ସେ ଜଣେ ନିଷ୍ଠାପର ସାମ୍ବାଦିକ ଥିଲେ । କୌଣସି ପ୍ରଲୋଭନର ଶିକାର ନହେବାରୁ ତାଙ୍କ ପରିବାର ପ୍ରତିପୋଷଣରେ ବହୁ ବାଧା ବିଘ୍ନ ସୃଷ୍ଟି ହେଉଥିଲା । ଯେଉଁ “ସମାଜ” ବଡ ବଡ ଆଦର୍ଶର ବାଣୀ ଦୈନନ୍ଦିନ ବଖାଣେ,ଚତୁର୍ଥ ସମ୍ଭ ଭାବେ ଦିଗ୍ ଦର୍ଶନର କଥା କୁହେ…ଦୀର୍ଘ ୪୦ ବର୍ଷର ସାମ୍ବାଦିକ ଜୀବନରେ ମାସିକ ଦରମା ନଦେବା ଦୁଃଖ ଆଉ ପରିତାର ବିଷୟ ନୁହେଁ କି ?ସୁଧାକର ଦାଶଙ୍କ ବିୟୋଗ ପରେ ମଧ୍ଯ ତାଙ୍କ ପରିବାର ପ୍ରତି ପୋଷଣ ପାଇଁ ସମାଜ ସଂସ୍ଥା କିଛି ଅନୁକମ୍ପା ମୂଳକ ସହାୟତା ପ୍ରଦାନ ନକରିବା ଏବଂ ଏଥି ପାଇଁ ରାଜ୍ଯ ସରକାର ସାମ୍ବାଦିକ ପରିବାରଙ୍କୁ ଜୀବନ ଜୀବିକା ନିର୍ବାହ ପାଇଁ ପେନସନର ବ୍ଯବସ୍ଥା ନକରିବା ଚିନ୍ତା ଜନକ ଘଚଣା ।ଓଡିଶାରେ ମାଳ ମାଳ ସାମ୍ବାଦିକ ସଂଘ, ତେବେ ସାମ୍ବାଦିକ ସ୍ବାର୍ଥ ପାଇଁ କାହାର ମୁହଁ ନଖୋଲିବା ପରିତାପର ବିଷୟ ।
ସୁଧାକର ଦାଶ ସେ ଭଦ୍ରକ ଜିଲ୍ଲାର ଧାମ ନଗର ବ୍ଲକ ଅନ୍ତର୍ଗତ ମାଙ୍କିଡିଆ ଗ୍ରାମରେ ତା:୩୧.୧୦.୧୯୫୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭାଗବତ ଦାଶ ଏବଂ ମାଆଙ୍କ ନାମ
ଲଳୀତାମଣି ଥିଲା । ସୁଧାକର ଦାଶଙ୍କ ବାପା ଭାଗବତ ଦାଶ ସ୍ବର୍ଗବାସ ପରେ ମା ଲଳୀତାମଣି ଆଉ ନିଜ ଗ୍ରାମରେ ରହିଲେ ନାହିଁ !ସୁଧାକର ଦାଶଙ୍କ ମାମୁଁ ସତ୍ଯଜିତ ସାହୁ ସେତେବେଳେ ଚିତ୍ରକୋଣ୍ଡା ଫାର୍ମରେ
ଚାକିରୀ କରୁଥିଲେ । ମାମୁଁଙ୍କ ସହଯୋଗରେ ୧୯୫୭ ମସିହାରେ ସୁଧାକର ଦାଶ ଏ ତାଙ୍କ ମା’ଲଳୀତାମଣି ଆସି ଚିତ୍ରକୋଣ୍ଡା ଗ୍ରାମରେ ବସବାସ କଲେ । ସେତେବେଳକୁ ସୁଧାକର ଦାଶଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥିଲା । ସେ ପାଠ ପଢା ଆରମ୍ଭ ଚିତ୍ରକୋଣ୍ଡ. ପ୍ରାଥମିକ ବିଦ୍ଯାଳୟରୁ ହିଁ ଆରମ୍ଭ କରିଥିଲେ । ତାଙ୍କ ମା’ ଲଳୀତମମଣିଙ୍କୁ ଚିତ୍ରକୋଣ୍ଡା ପ୍ରୋଜେକ୍ଟ ହସପିଟାଲରେ ଧାଈ ଚାକିରୀ ଖଣ୍ଡେ ମିଳିଥିଲା । ଫଳରେ ତାଙ୍କ ପରିବାରଙ୍କୁ ପ୍ରତିପୋଷଣ କରିବାରେ ଅସୁବିଧା ନଥିଲା । ବର୍ତ୍ତମାନ ସୁଧାକର ଦାଶଙ୍କ ବିୟୋଗ ଘଟିଲା ପରେ ତାଙ୍କ ବିଧବା ପତ୍ନୀ ସାଗରବାଳ. ଦାଶ, ଦୁଇ ପୁତ୍ର ଏବଂ ଚାରି କନ୍ଯା ଅଛନ୍ତି ।
ବର୍ଷିଆନ ସାମ୍ବାଦିକ ସୁଧାକର ଦାଶଙ୍କ ବିୟୋଗରେ ମାଲକାନଗିରି ଜିଲ୍ଲାର ଏକ ଅପୂରଣୀୟ କ୍ଷତି ଘଟିଲା ଏଥିରେ ଅତ୍ଯୁକ୍ତ ନାହିଁ । ଏହି ଅବସରରେ ବିଜେଡି ଜିଲ୍ଲା ଉପଦେଷ୍ଠା ତଥା ଉତ୍କଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ସ୍ବର୍ଗତ ଆତ୍ମାର ସଦଗତି କାମନା କରି
ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛି । ତାଙ୍କ ପରିବାରଙ୍କୁ ଭଗବାନ ଧୈର୍ଯ୍ଯ ଓ ସାହସ ପ୍ରଦାନ କରନ୍ତୁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)