ପରମାନନ୍ଦ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ।

0 283

ବୋଲଗଡ଼,୨୧/୧୦(ପିପିଟି): ସ୍ଥାନିୟ ପରମାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଗୁରୁବାର ଏକାଦଶ ଶ୍ରେଣୀରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜ୍ଞାପନ କରାଯାଇଛି। ବିଦ୍ୟାଳୟରେ କଳା, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଶ୍ରେଣୀରେ ଅଧ୍ୟୟନ ରତ ମୋଟ ୪୩୮ ଜଣ ଶିକ୍ଷାର୍ଥୀଙ୍କୁ ଏଠାରେ ଉପଲବ୍ଧ ପାଠ୍ୟକ୍ରମ, ସହପାଠକ୍ରମ ସମୟ ନିର୍ଘଣ୍ଟ , ପ୍ରୋକ୍ଟରିଆଲ ଶ୍ରେଣୀ, ଭବିଷ୍ୟତ ବୃତ୍ତି ଚୟନ ପନ୍ଥା, ପାଠାଗାର,ଅଧ୍ୟୟନାଗାର, ବିଜ୍ଞାନାଗାର, ଜଳଯୋଗାଣ, ଶୌଚାଳୟ, ପରୀକ୍ଷା ପରିଚାଳନା, ଓ ଅନୁସୂତ ବିଦ୍ଧି ବ୍ୟବସ୍ଥା ସଂପର୍କରେ ଅବଗତ କରାଯାଇଥିଲା। ଶିକ୍ଷାର୍ଥୀଙ୍କ ମନରେ ଦୃଢ ଆତ୍ମବିଶ୍ବାସ, ଉଚ୍ଚାଭିଳାଶ,ଲକ୍ଷାନୁଧାବନ, ସମାୟନୁବର୍ତ୍ତିତା ଓ କଠିନ ପରିଶ୍ରମ ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପ୍ରଫେସର ରବିନ୍ଦ୍ରନାଥ ପାଣିଗ୍ରାହୀ ସମ୍ବୋଧନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ସହଯୋଗୀ ଏକାଡେମିକ୍ ବସାର୍ ଅଧ୍ୟାପକ ଡଃ ସୁଦର୍ଶନ ପ୍ରଧାନଙ୍କ ସହ ପ୍ରାଧ୍ୟାପକ ହେମନ୍ତ ମହାପାତ୍ର,ଜୟନ୍ତ କୁମାର ବିଶ୍ଵାଳ,କର୍ମୋଦୟ ଛୋଟରାୟ, ପ୍ରମୁଖ ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିଲେ କାର୍ଯ୍ୟ କ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.