ପଦ୍ମପୁର ବ୍ଯବସାୟୀ ସଂଘର ନିଷ୍ପତ୍ତି, ଏକ ସପ୍ତାହ ପର୍ଯ୍ୟନ୍ତ ଅପରାହ୍ନ ୨ଘଣ୍ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ ।

0 290

ପଦ୍ମପୁର,୦୬/୦୯(ପିପିଟି); କରୋନା ମହାମାରୀ ଦିନକୁ ଦିନ ତାର କାୟା ଆହୁରି ବିସ୍ତାର କରିବାରେ ଲାଗିଛି । ବରଗଡ଼ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣର ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ସନ୍ଧ୍ୟା ସମୟରେ ପଦ୍ମପୁର ସହରର ନାଗରିକ କମିଟି, ବ୍ୟବସାୟୀ ସଂଘ, ଲାୟନ୍ସ କ୍ଳବ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କରୋନାର ଭୟାବହତାକୁ ଦୄଷ୍ଟିରେ ରଖି ଆସନ୍ତା ଗୋଟିଏ ସପ୍ତାହ ଅର୍ଥାତ ୦୭/୦୯ ସୋମବାର ଦିନଠାରୁ ୧୩/୦୯ ରବିବାର ଦିନ ପର୍ଯ୍ୟନ୍ତ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବ୍ୟବସାୟୀ ସଙ୍ଘ ସଭାପତି ଓ ନାଗରିକ କମିଟି ସମ୍ପାଦକ ସୂଚନା ଦେଇଛନ୍ତି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.